ପାରାଦୀପ୍ – ପାରାଦୀପ୍ ରେ ପାରାଦୀପ ଅଫିସର୍ସ କ୍ଲବ ପରିସରରେ ପାରାଦୀପ ବନ୍ଦର ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ବୟ ରକ୍ଷାକରି ଏକ ଆଂଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ପତ୍ର ସୂଚନା କାର୍ଯ୍ୟାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ପକ୍ଷରୁ ଏହି କର୍ମଶାଳା ଆୟୋଜିତ ହୋଇଯାଇଛି | ଏଥିରେ ପ୍ରଧାନମନ୍ତ୍ରୀ ଙ୍କ ଗତିଶକ୍ତି , ଯୋଜନା , ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାମ୍ବାଦିକ ଙ୍କ ଭୂମିକା, ମତ୍ସ୍ୟ ଓ ଉଦ୍ୟାନ ବିଭାଗ ଓ କ୍ଷୁଦ୍ର ଉତ୍ପାଦକ ଶିଳ୍ପ ଉପରେ ମଧ୍ୟ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା | ବାର୍ତ୍ତାଳାପ ନାମରେ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପ୍ରଶାସନ ବନ୍ଦର ପ୍ରଶାସନ ଓ ପ୍ରେସ ଇନଫରମେସନ୍ ବ୍ୟୁରୋ ର ଅଧିକାରୀ ମାନେ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ୍ ହାରାନାଦ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡ଼ କାହ୍ନୁଚରଣ ଧିର ଓ ଭାରତୀୟ ତଟରକ୍ଷୀ ବାହିନୀ ର ଡିଆଜି ଯଶୋବନ୍ତ କୁମାର ସିଂ ପ୍ରମୁଖ ଯୋଗଦେଇଥିଲେ।
