Odisha news

ଏସବିଆଇ ମୁଖ୍ୟ ଶାଖା ରେ ପୁଲିସର ମକଡିଲ୍ : ସୁରକ୍ଷା ବ୍ୟବସ୍ଥା ର ସମୀକ୍ଷା

0

ଭଞ୍ଜନଗର,୧୧/୧୧ :  ସ୍ଥାନୀୟ ପୁଲିସ ଥାନା ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ମୁଖ୍ୟ ଶାଖା ସମେତ ୩ଟି ବ୍ୟାଙ୍କ ରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ତାର ସମୀକ୍ଷା କରିବାକୁ ଅତର୍କିତ ମକଡିଲ୍ କରାଯାଇଥିଲା। ପ୍ରଥମେ କିଛି ଥାନା ଷ୍ଟାଫ୍ କଳା ମୁଖା ପିନ୍ଧି ବ୍ୟାଙ୍କ ପରିସରରେ ପଶିବା ସହ ଲୋକଙ୍କୁ ଭୟଭୀତ କରିଥିଲେ। ପରେ ଏସଂପର୍କରେ ବ୍ୟାଙ୍କ ପକ୍ଷରୁ ଥାନାକୁ ସୂଚୀତ କରାଯାଇଥିଲା। ପୁଲିସ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଜୋରଦାର କରିବା ସହ ୪ ଜଣ କଳାମୁଖାଧାରୀଙ୍କୁ ଧରିଥିଲା। ଫଳରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଗ୍ରାହକ ପ୍ରଥମେ ଭୟଭୀତ ହୋଇପଡିଥିବା ବେଳେ ପରେ ଏହା ପୁଲିସର ସୁରକ୍ଷା ଯାଞ୍ଚ ବୋଲି ଜାଣିପାରି ବେଶ ଆଶ୍ୱସ୍ତି ପ୍ରକାଶ କରିଥିଲେ। ସେହିପରି ବ୍ୟାଙ୍କ ପରିସରରେ ଆଲରାମିଙ୍ଗ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ର ମଧ୍ୟ କଡ଼ାକଡ଼ି ଯାଞ୍ଚ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।ସେହିପରି ବେଲଗୁଣ୍ଠI ଥାନା  ପକ୍ଷରୁ ମଧ୍ୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କାର୍ଯ୍ୟଳୟରେ ମକଡିଲ୍ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି ।

IEC 2 years
Leave A Reply