ଭଞ୍ଜନଗର, ୧୯/୧୦ : ଏହି ବ୍ଳକ ର ଡୁମାକୁମ୍ପା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ପଦଯାତ୍ରା କରାଯାଇଛି। ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭା ରେ ଦଳ ପକ୍ଷରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇପାରିଥିବା ବେଳେ ତାଙ୍କର ଦୂରଦୃଷ୍ଟି ସଂପନ୍ନ ରାଜନୀତି ଯୋଗୁଁ ଗରୀବ ଓଡିଶା ଆଜି ଶିଳ୍ଫ ସମୃଦ୍ଧ ଓଡିଶାରେ ପରିଣତ ହୋଇପାରିଛି ସେ ସଂପର୍କରେ ଉଲ୍ଲେଖ କରିଥିଲେ। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନବୀନ ବାବୁ ଅନେକ ଯୋଜନା ପ୍ରଣୟନ କରି ଗରୀବ ଜନସାଧାରଣଙ୍କ ତ୍ରାଣକର୍ତ୍ତା ପାଲଟିଥିବା ବିଜେଡି ନେତାଏ ଉଲ୍ଲେଖ କରିଥିଲେ। ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭା ରେ ଦଳ ପକ୍ଷରୁ ବ୍ଳକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଅଧକ୍ଷତା କରିଥିବା ବେଳେ ସୁବାଷ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନଗର ଯୁବ ବିଜେଡି ସଭାପତି ସୁଧୀର ରଞ୍ଜନ ବେହେରା, ବିରେନ୍ଦ୍ର କେଶରୀ ଆରୁଖ, ବ୍ଳକ ଅଧ୍ୟକ୍ଷ ନରିସଭା ନାୟକ, ବ୍ଳକ୍ ମହିଳା ବିଜେଡି ସଭାପତି ଶୈଳବାଳା ବିଷୋୟୀ, ଜିଲ୍ଲା ଉପସଭାପତି ରାଜ କୁମାର ସାହୁ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ କୁ ଶୁଳପାଣି ଶତପଥୀ ସଂଚାଳନ କରିଥିଲେ
