Odisha news

ଖଇରିବଣି ଠାରେ ଆକସ୍ମିକ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୩ଯାତ୍ରୀ

0

ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥ ଖଇରିବଣି ଠାରେ ଝାଡଖଣ୍ଡ ରାଜ୍ୟର ପଞ୍ଜୀକୃତ ଏକ କାର ଆକସ୍ମିକ ଦୁର୍ଘଟଣାର ଶୀକାର ହୋଇଥିଲେ। ଏଥିରେ ଥିବା ଡ୍ରାଇଭର ସମେତ ତିନି ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଜେଏଚ-୦୫-ସି.ଜେଡ-୧୨୬୬ ନମ୍ବର ବିଶିଷ୍ଟ ଏକ କାରରେ ତିନି ଜଣ ଜାମସେଦପୁରରୁ ବାହାରି କଟକ ଅଭିମୂଖେ ଏକ ସୁଦ୍ଧି କ୍ରିୟାରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଖଇରିବଣି ଠାରେ ସାମ୍ନାରେ ଥିବା ଏକ ବାଇକ ଆରୋହୀ ପାଇଁ କାରଟିକୁ ବ୍ରେକ ମାରିବାରୁ ପଛରେ ଥିବା ଏକ ଟ୍ରକ ଧକ୍କା ଦେବାରୁ କାରଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ଚଢିଯାଇଥିଲା। ଏହି ଧକ୍କାରେ କାରଟିର ଅଗ୍ରଭାଗଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଯାତ୍ରୀ ମାନେ ସମସ୍ତେ ସୁରକ୍ଷିତ ଥିଲେ। ଧକ୍କା ଦେଇଥିବା ଟ୍ରକଟି ପଳାଇଯାଇଥିଲା। ହାତିଝୁରୀ ଗ୍ରାମର ଦେବବ୍ରତ ପରିଡାଙ୍କ ସମେତ ଆଉ କିଛି ଗ୍ରାମବାସୀଙ୍କ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଏକ କାରରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦେଇଥିଲେ।

Nalco
Leave A Reply