ଭଞ୍ଜନଗର : ଶୋକାକୁଳ ପରିବେଶ ଭିତରେ , ନେଭାଲ୍ ର ସୈନିକ କୃଷ୍ଣଚନ୍ଦ୍ର ଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ନିଜ ଗାଁ , ବାସୁଦେବପୁର ସ୍ମଶାନ ରେ ଚିଲିକା ନେଭାଲ୍ ର ୧୮ ଜଣିଆ ସେନାବାହିନୀ ପହଞ୍ଚି , ରାଷ୍ଟ୍ରିୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯାଇଥିଲା । ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ , ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ । ପ୍ରକାଶ ଥାଉକି , କୃଷ୍ଣଚନ୍ଦ୍ର ଗୁରୁବାର ରାତିରେ , ନିଜର ଛାତ ଉପରେ ଶୋଇଥିବା ବେଳେ , ଛାତରୁ ପଡ଼ି ମୃତ୍ୟୁ ବରଣ କରିଥିଲେ । ସେ ବମ୍ବେ ନେଭାଲ୍ ରେ କାର୍ଯ୍ୟରତ ଥିବାବେଳେ , ଛୁଟିରେ ନିଜ ଗାଁ , ବାସୁଦେବପୁର କୁ ଆସିଥିଲେ ।