ଭଦ୍ରକ : ‘କରୋନା’ ରେ ଆଜି ଭଦ୍ରକ ଜିଲ୍ଲା ଶତକ ହାସଲ କରିଛି । ପୂର୍ବରୁ କରୋନା ଆକ୍ରାନ୍ତାଙ୍କ ସଂଖ୍ୟା ଦୁଇଅଙ୍କରେ ଥିବା ବେଳେ ଆଜି ତିନିଅଙ୍କ ଛୁଇଁଛି । ଜିଲ୍ଳରେ ଆଜି ୮ଜଣ କାରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ଓ ମୋଟ ସଂଖ୍ୟା ୧୦୬ରେ ପହଁଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୮ ଆକାନ୍ତମାନେ ହେଲେ ଜିଲ୍ଳାର ଧାମନଗର ବ୍ଲକ ଅଞ୍ଚଳର । ଏହି ବ୍ଲକର ଧୂଷୁରୀ, ଦଳାଙ୍ଗ ଓ ବମକୁମା ପଞ୍ଚାୟତ ଅଞ୍ଚଳର ଆନ୍ତ୍ରାନ୍ତମାନେ ଅଧିବାସୀ ।
ତେବେ ଚିହ୍ନଟ ହୋଇଥିବା ୮ଜଣ ସଂପୃକ୍ତ ଅଞ୍ଚଳର କ୍ୱାରେନ୍ଟାଇନରେ ଥିବା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଥିବା ଜଣା ପଡିଛି । ଆଜି ଧାମନଗର ବ୍ଳକ ଅଞ୍ଚଳରୁ ନୂଆ ୮ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ବମକୁରା, ଦଳାଙ୍ଗ ଓ ଧୁଷୁରୀ ପଞ୍ଚାୟତକୁ ବଫରଜୋନ ଭାବେ ଘୋଷଣା କରିଥିବା ବେଳେ ଫଳପୁର ହାଇସ୍କୁଲ, ଦଳାଙ୍ଗ ହାଇସ୍କୁଲ ଓ ଧୁଷୁରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ଚିହ୍ନଟ ୮ ଆକ୍ରାନ୍ତଙ୍କ ମଧ୍ୟରେ ୪ଣ ପଶ୍ଚିମବଙ୍ଗ, ୨ ଜଣ ଗୁଜୁରାଟ, ଜଣେ ତେଲେଙ୍ଗାନା ଓ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ।