କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ୨ ଦିନ ମଧ୍ୟରେ ୧୫ ଭୂତାଣୁ ସଂକ୍ରମିତଙ୍କ ଚିହ୍ନଟ ହେବାପରେ ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । କରୋନା ଭୂତାଣୁ ସଂକ୍ରମଣ କଟକଣା କୋହଳ କରିବା ପାଇଁ ପ୍ରଶାସନ ଉଦ୍ୟମ କରୁଥିବା ବେଳେ ୨ଦିନ ମଧ୍ୟରେ ଏତେ ସଂକ୍ରମିତ ଚିହ୍ନଟ ହେବା ଅବସ୍ଥାକୁ ଗୁରୁତର କରିଦେଇଛି ।
କେନ୍ଦ୍ରାପଡା ପୈାରାଂଚଳ ସମେତ ଆଳି, କନିକା ଓ ରାଜନଗର ବ୍ଲକରେ ଚିହ୍ନଟ କରା ଯାଇଥିବା ଏହି ସଂକ୍ରମିତ ମାନେ ସଂଗରୋଧରେ ରହିଥିଲେ । ରାଜ୍ୟ ବାହାରୁ ଆସିବା ପରେ ସେମାନଙ୍କୁ ବ୍ଲକ ସ୍ତରୀୟ ସଂଗରୋଧରେ ରଖା ଯାଇ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା । ଆଜି ସୁଦ୍ଧା ମୋଟ ୫୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ମୋଟ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବାକି ୪୨ ଜଣ ଚିକିସôାଧିନ ରହିଛନ୍ତି ।