କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରଂଚଳର ୧୦ନଂ ୱାର୍ଡର ଅଂଶିକ ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରା ଯାଇଛି । ସୋମବାର ଏହି ଅଂଚଳର ଜଣେ ଯୁବକ ଠାରେ ଭୂତାଣୁ ସଂକ୍ରମଣର ଲକ୍ଷ୍ୟଣ ପ୍ରକାଶ ପାଇବା ପରେ ଏହି ୱାର୍ଡର ୭୨ ପରିବାର ୨୮୦ ଲୋକ ଥିବା ଏହି ଅଂଚଳ ମାଧପୁର ଓ ମଢିଆଳ ର ଆଂଶିକ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଛି ।
ପୈାରସଂସ୍ଥା ପକ୍ଷକ୍ଷରୁ ସଂପୃକ୍ତ ଅଂଚଳର ମୁଖ୍ୟ ସଡକ କୁ ବାଉଁଶ ପୋତାଯାଇ ଜନ ସାଧାରଣଙ୍କ ଯାତାୟତକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏହି ସମ୍ବନ୍ଧରେ ମାଇକ ଯୋଗେ ଘୋଷଣା କରାଯିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧପତ୍ର ପାଇଁ ଟେଲିଫୋନ ନଂ ମାଧ୍ୟମରେ ଯୋଗାଯୋଗ କରିବାକୁ ଜନ ସାଧାରଣଙ୍କୁ ନଦ୍ଦନ୍ର୍ତ୍ରେଶ ଦିଆ ଯାଇଛି ।
ପ୍ରଶାସନର ପରବର୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ଏହି କଟକଣା ସଂପୃକ୍ତ ଅଂଚଳରେ କଡାକଡି ଭାବରେ ପାଳନ କରାଯିବ ବୋଲି ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦିଆ ଯାଇଛି । ପ୍ରକାଶ ଥାଉକି, କେନ୍ଦ୍ରାପଡା ପୈାରାଂଚଳ ମଧ୍ୟରେ ହଜାରି ବଗିଚା ଅଂଚଳରେ ଅନ୍ୟ ଏକ ଦମ୍ପତି ରାଜନଗର ରୁ ଫେିବା ପରେ ତାଙ୍କ ଠାରେ କରୋନା ଭୁତାଣୁ ସଂକ୍ରମଣ ର ଲକ୍ଷଣ ପ୍ରକାଶ ପାଇଛି । ତେବେ ପୈାରାଂଚଳ ମଧ୍ୟରେ ତିନୋଟ ଘଟଣା ଗୋଟିଏ ଦିନରେ ପ୍ରକାଶ ପାଇବା ଯୋଗୁଁ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି ।