Odisha news

ବଡ ଭାଇ ଶାବଳ ମାଡରେ ସାନ ଭାଇ ମୃତ , ପୋଲିସ ବଡ ଭାଇକୁ ଗିରଫ କରି ତଦନ୍ତ ଜାରୀ

0

ସିମୁଳିଆ : ଜମିଜମା ପାଇଁ ଭୁଲିଗଲେ ରକ୍ତର ସଂପର୍କ । ବଡ ଭାଇର ଶାବଳ ମାଡରେ ସାନ ଭାଇର ମୃତୁ୍ୟ ହେବା, ଘଟଣା ସ୍ଥଳରେ ଏକ ପ୍ରକାର ଦୁଃଖର ଛାୟା ଖେଲିଯାଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା ପଞ୍ଚାୟତର ଦୁଭିିୟା ଗ୍ରାମର ବଡ ଭାଇ ରମାକାନ୍ତ ପରିଡା ଓ ସାନ ଭାଇ ଉମାକନ୍ତ ପରିଡା ମଧ୍ୟରେ ଜମିଜମା ବିବାଦ କିଛି ଦିନ ଧରି ଲାଗି ରହିଥିଲା । ଆଜି ସକାଳେ ବଡ ଭାଇ ରମାକାନ୍ତ ସାନ ଭାଇ ଉମାକାନ୍ତ ଘରକୁ ଆସି ଜମିର କବଲା ମାଗିଥିଲେ । ମାତ୍ର ଉମାକାନ୍ତ ତାଙ୍କ ପାଖରେ କବଲା ନ ଥିବାର ପ୍ରକାଶ କରିଥିଲେ । ସେଠାରୁ ବଡଭାଇ ରମାକାନ୍ତ ଫେରିଯାଇଥିଲେ ।

ଅପରାହ୍ନ ୧୨.୩୦ମିନିଟ ସମୟରେ ସାନଭାଇ ଉମାକାନ୍ତ(୫୭)ବର୍ଷ ବଜାରରୁ ଫେରିବା ବାଟରେ ବଡ ଭାଇ ରମାକାନ୍ତ ପୂର୍ବ ପ୍ରସ୍ତୁତି ଅନୁଯାୟୀ ହଠାତ ଉମାକାନ୍ତକୁ ପଛ ପଟରୁ ଏକ ମାରଣା ଅସ୍ତ୍ରରେ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉମାକାନ୍ତ ଚିକ୍ରାର ଶୁଣୀ ଜମିରେ କାମ କରୁଥିବା ଲୋକମାନେ ଆସିଥିଲେ ଫଳରେ ଘଟଣା ସ୍ଥଳରୁ ରମାକାନ୍ତ ଫେରାର ହୋଇଯାଇଥିଲା । ପରିବାର ଲୋକେ ସଂଗେ ସଂଗେ ଉମାକାନ୍ତକୁ ଭଦ୍ରକ ମେଡିକାଲକୁ ନେଇଯାଇଥିଲେ । ଭଦ୍ରକ ମେଡିକାଲ ନେବା ବାଟରେ ଉମାକାନ୍ତଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ସିମୁଳିଆ ଥାନାଅଧିକାରୀ ପର୍ଶୁରାମ ସାହୁ ଘଟଣା ସ୍ଥଳରେ ପହଞ୍ଚି ଫେରାର ଥିବା ବଡ ଭାଇ ରମାକାନ୍ତକୁ ପୁରୁଷୋତ୍ତମପୁର ପଞ୍ଚାୟତର ମୁର୍ତ୍ତୁଙ୍ଗା ଗ୍ରାମରୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Leave A Reply