ଭଦ୍ରକ :ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ଆଜି ବିପୁଳ ପରିମାଣର ବିଦେଶୀ ମହ ଜବତ ହୋଇଛି ଓ ଘଟଣାରେ ୩ଚୋରା ମଦ ବେପାରୀ ଗିରଫ ହୋଇଛନ୍ତି ।
ପ୍ରକାଶ ଯେ: ଗ୍ରାମାଞ୍ଚଳ ଥାନା ଆଇଆଇସି ପ୍ରଭାଂଶୁଶେଖର ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସାମୁରାଇପୁର ଅଞ୍ଚଳରେ ଥିବା ଏକ ଘର ଉପରେ ଚଢାଉ କରିଥିଲେ ।
ଏହି ଚଢାଉ କାଳରେ ୪ଲକ୍ଷ ଟଙ୍କାର ବିଭିନ୍ନ କମ୍ପାନୀର ବିଦେଶୀ ମଦ ଜବତ କରାଯାଇଥିଲା । ଘଟଣାରେ ଚୋରା ମଦ ବେପାର କରୁଥିବା ୩ଜଣ-ଅରୁଣ ସିଅଳ, ରବିନ୍ଦ୍ର ସାହୁ ଓ ଦୀପକ ବେହେରାଙ୍କୁ ପୋଲିସ ଗିରଫ୍ କରିଛି ।
