Odisha news

“କରୋନା ଲଢେଇରେ ଲଢେଇ ଜାରି ରଖିଛନ୍ତି କୁନି କୁନି ଯୋଦ୍ଧା’

0

ଭଦ୍ରକ :ଦୀର୍ଘ ସାଢ ୩ମାସରୁ ଅଧିକ ହେବ ବିଶ୍ୱ ମହାମାରୀ “କରୋନା’ ଲଢେଇ ଜାରି ରହିଛି । ଆଉ ଏହି ଲଢେଇରେ ଅନବରତଭାବେ କୁନି କୁନି କରୋନା ଯୋଦ୍ଧାମାନେ କରୋନା ମୁକାବିଲା ଲାଗି ସେମାନଙ୍କ ଲଢେଇ ଜାରି ରଖିଛନ୍ତି । ଯାହାକୁ ନେଇ ଭଦ୍ରକର ବୁଦ୍ଧିଜୀବୀ ଓ କଳାପ୍ରେମୀ ମହଲରେ ଉଚ୍ଚ ପ୍ରଶାଂସା ମିଳିଛି ।

ଭଦ୍ରକର “ବୃନ୍ଦାବନ କଳାକେନ୍ଦ୍ର’ର କୁନି କୁନି ଚିତ୍ରକଳା ଶିଳ୍ପୀମାନେ “ଲକ୍‍ଡାଉନ୍‍’ ଆରମ୍ଭ ଦିନଠାରୁ ଅର୍ଥାତ୍‍ ଗତ ମାର୍ଚ୍ଚ ୨୨ ତାରିଖରୁ ନିଜ ଚିତ୍ରକଳା ମାଧ୍ୟମରେ ଭଦ୍ରକ ଜିଲ୍ଲାରେ କରୋନା ସଚେତନତା ସୃଷ୍ଟି କରି ଚାଲିଛନ୍ତି । ସେମାନେ ନିଜ ଅବସର ସମୟକୁ ଉପଯୋଗ କରି ଘରେ ଅଭିନବ ଚିିତ୍ରକଳାମାନ ପ୍ରସ୍ତୁତ କରିବା ସହ କଳାକେନ୍ଦ୍ରର ନିର୍ଦ୍ଦେଶକ ସୋðରେଶ ଚନ୍ଦ୍ର ମହାନ୍ତିଙ୍କ ସହାୟତାରେ ସେଗୁଡିକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିୟମିତ ଭାବେ ସ୍ଥାନିତ କରି ଆସୁଛନ୍ତି ।

“କରୋନା’ ସଚେତନତା ପାଇଁ ଘରେ ସୁରକ୍ଷିତ ରହିବା, ମାସ୍କ ପିନ୍ଧିବା ଓ ହାତ ନିୟମିତ ଧୋଇବା ଠୁଁ ଆରମ୍ଭ କରି କରୋନା ଯୋଦ୍ଧାରେ ପ୍ରମୁଖ ଭୂମିକା ନେଇଥିବା ଆମ ଡାକ୍ତର ଓ ପୋଲିସ ଅଧିକାରୀଙ୍କ ମନୋବଳ ବଢାଇବାକୁ ବିଭିନ୍ନ ପ୍ରକାର ସଚନ୍ଦର ଚିତ୍ରକଳା ଆଙ୍କିବା ଜାରି ରଖିଛନ୍ତି ଏହି କୁନି କୁନି ପିଲାଙ୍କ ଚିତ୍ରକର ମାନେ । ଏସବୁର ବହୁମାତ୍ରାରେ ଆଦୃତ ହେଉଥିବାର ଲକ୍ଷ୍ୟ କରାଯାଏ । ଦୀର୍ଘ ସାଢେ ୩ମାସରୁ ଅଧିକ ସମୟ ଧରି କୁନିକୁନି କଳାକାର ମାନଙ୍କ ଏଭଳି ନିଷ୍ଠାପର ଉଦ୍ୟମକୁ ଜିଲ୍ଲାର ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ହୋଇଛି

Nalco
Leave A Reply