Odisha news

ଭଦ୍ରକରେ ଏଆଇସିସିଟିୟୁ ଓ ଏଆଇସିଡବ୍ଲୁ୍ୟଏଫ୍ ପକ୍ଷରୁ ଶ୍ରମିକଙ୍କ ସାତଦଫାଦାବୀ ନେଇ ବିକ୍ଷୋଭ

0

ଭଦ୍ରକ,୨୨.୬.୨୦ ଭଦ୍ରକରେ ନିର୍ମାଣ ଶ୍ରମିକ ଓ ପ୍ରବାସୀ ଶ୍ରମିକମାନଙ୍କର ସାତଦଫା ଦାବୀ ନେଇ ଏଆଇସିସିଟିୟୁ ଓ ଏଆଇସିଡବ୍ଲୁ୍ୟଏଫ୍ ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସରେ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଅଛି । ଶ୍ରମିକନେତା ସମର ବଳଙ୍କ ନେତୃତ୍ତ୍ୱରେ ଶତାଧିକ ନିର୍ମାଣ ଶ୍ରମିକମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ପ୍ରତ୍ୟେକ ପଞ୍ଜୀକୃତ ଓ ଅଣପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ କରୋନା ମହାମାରୀ ସମୟରେ ମାସିକ ଦଶହଜାର ଟଙ୍କା ସହୟତା ଦିଆଯାଉ । ସେହିପରି ସମସ୍ତ ପଞ୍ଜୀକୃତ ଓ ଅଣପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ମାଗଣରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉ । ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଅଂଚଳରେ ତୁରନ୍ତ କାମ ଯୋଗାଇ ଦିଆଯିବା ସହ ବାହାର ରାଜ୍ୟରେ ସେମାନଙ୍କର ପୂର୍ବନିଯୁକ୍ତିକୁ ସୁନିଶ୍ଚିତ କରାଯାଉ । ବାକୀ ପଡିଥିôବା ଶ୍ରମ କାର୍ଯ୍ୟାଳୟମାନଙ୍କରେ ନବୀକରଣକୁ ତୁରନ୍ତ ସମାପ୍ତ କରାଯାଉ ।

କରୋନା ସହାୟତା ପନ୍ଦରଶହ ଟଙ୍କାରୁ ବଂଚିତ ହୋଇଥିବା ନିର୍ମାଣ ଶ୍ରମିକକୁ ତୁରନ୍ତ ପ୍ରଦାନ କରାଯାଉ । ନୂତନ କାର୍ଡ ଓ କାର୍ଯ୍ୟାଳୟରେ ପଡି ରହିଥିବା ଦରଖାସ୍ତକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ତୁରନ୍ତ କାର୍ଡପ୍ରଦାନ କରାଯାଉ ।ଏମଏନ୍ଆରଇଜିଏସ୍ରେ ଶ୍ରମିକଙ୍କୁ ଦୈନିକ ମଜୁରୀ ପାଂଚଶହ ଟଙ୍କା ପ୍ରଦାନ କରାଯାଇ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ସାତଜଣ ପ୍ରତିନିଧିଦଳ ସାତଦଫା ଦାବୀ ନେଇ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଅଛି ।ସେହିପରି ରଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ କରୋନା ମହାମାରୀ ସମୟରେ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସମ୍ବାଦ ପରିବେଷଣ କ୍ଷେତ୍ରରେ ସୁରକ୍ଷା ଯୋଗାଇ ଦିଆଯିବାକୁ ଏଆଇସିସିଟିୟୁ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଦୃଢ ଦାବୀକରାଯାଇଛି । ତୁରନ୍ତ ରାଜ୍ୟ ସରକାର ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବାକୁ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ସଂଗଠନ ପକ୍ଷରୁ ଭାରତ-ଚୀନ ସୀମାନ୍ତରେ ସଂଘର୍ଷଘଟି କୋଡିଏ ଜଣ ଭାରତୀୟ ସୈନିକ ସହୀଦଙ୍କ ସ୍ମୃତି ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।

ସରକାରଙ୍କ କୋଭିଡ୍ ନିୟମାନୁଯାଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।ଏହି ବିକ୍ଷୋଭରେ ଶ୍ରମିକନେତା ସମର ବଳ, ଗୟାଧର ସେଣ, ପୂର୍ଣ୍ଣଚନ୍ଦ୍ର ଦାସ, ବିଶ୍ୱରଂଜନ ବେହେରା, କଳ୍ପନା ସ୍ୱାଇଁ, ସାନିରାଣୀ ମାରଣ୍ଡି,ରମାକାନ୍ତ ଦାସ, ସଂଗ୍ରାମ ବଳ, ଜୟନ୍ତି ବିଶ୍ୱାଳ,ମିଥୁନ୍ ପାତ୍ର, ସୁକୁରା ପାତ୍ର,ସରସ୍ୱତୀ ଜେନା,କୁନ୍ତଳା ପାତ୍ର, ମଲ୍ଲୀ ପାଣ୍ଡବ, କାଳନ୍ଦୀ ସ୍ୱାଇଁ, ଅଭିମନୁ୍ୟ ବାରିକ୍, ଗଣେଷ ବାରିକ୍ ,ଚିତ୍ତରଂଜନ ବେହରା, ସେବତୀ ଓଝା,ଜଗନ୍ନାଥ ରଥ,ଗଜେନ୍ଦ୍ର ରାଉତ,ହେମ ବେହେରା, ଗାୟତ୍ରୀ ବେହେରା,ରଂଜିତ ଜେନା ପ୍ରମୁଖ ଶତାଧିକ ନିର୍ମାଣ ଶ୍ରମିକମାନେ ନିଜର ନ୍ୟାର୍ଯ୍ୟ ଅଧିକାରୀ ପାଇଁ ଆନେ୍ଦାଳନରେ ଯୋଗେଦେଇଥିଲେ ।

Govt
Leave A Reply