Odisha news

ବଡ଼ ପର୍ଦ୍ଦାକୁ ଫେରିବେ ବିପାଶା

0

ଲାରା ଦତ୍ତ ଓ ସୁସ୍ମିତା ସେନ୍‌ଙ୍କ ପରେ ବିପାଶା ବସୁ ବଡ଼ ପର୍ଦ୍ଦାକୁ ଫେରିବା ପାଇଁ ପ୍ରସ୍ତୁତ । ସେ ହିନ୍ଦୀ ଓ ପଞ୍ଜାବୀ ଗାୟକ ମିକା ସିଂହଙ୍କ ଫିଲ୍ମ ‘ଆଦତ ଡାଏରିଜ୍‌’ରେ କାମ କରିଛନ୍ତି ଯାହାର ସୁଟିଂ ଶେଷ ହୋଇଛି । ଏହାର ପୋଷ୍ଟ ପ୍ରଡକ୍ସନ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ । ଫିଲ୍ମରେ ବିପାଶାଙ୍କ ସହ ତାଙ୍କ ସ୍ୱାମୀ ତଥା ଅଭିନେତା କରଣ ସିଂହ ଗ୍ରୋଭର ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ଲଣ୍ଡନରେ ସୁଟ୍‌ ହୋଇଥିବା ଯୋଗୁ କାହାଣୀ ଅନୁସାରେ ଅନେକ ବ୍ରିଟିଶ୍‌ ଅଭିନେତା ମହଜୁଦ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଭୂଷଣ ପଟେଲ ।

Leave A Reply