ବିବାହ ତଥା ପୂଜାପର୍ବରେ ଝିଅମାନେ ହାତରେ ମେହେନ୍ଦି କରନ୍ତି ଯାହାର ରଙ୍ଗ ଲାଲ୍ । ଦିନକୁ ଦିନ ମେହେନ୍ଦିରେ ନୂଆ ନୂଆ ପ୍ୟାଟର୍ଣ୍ଣ ଆସିବା ସହ ରଙ୍ଗ ମଧ୍ୟ ବଦଳିଲାଣି । ଏବେ ଧଳା ମେହେନ୍ଦୀ ନୂଆ ଫ୍ୟାଶନ ଟ୍ରେଣ୍ଡ୍ ହୋଇଛି । ପ୍ରକୃତରେ ଏହା କୌଣସି ଧଳା ମେହେନ୍ଦି ନୁହେଁ, ଏହା ଏକ ବଡିଆର୍ଟ ଯେଉଁଥିରେ ହ୍ୱାଇଟ୍ ବଡି ପେଣ୍ଟ୍ ବ୍ୟବହାର କରାଯାଏ । ତେବେ ଏ ‘ମେହେନ୍ଦି’ କେବଳ ହାତ ଉପରେ କରାଯାଏ । ରଙ୍ଗ ଧଳା ହୋଇଥିବାରୁ ପାପୁଲିରେ କଲେ ଦେଖାଯାଏ ନାହିଁ ।େ ଯ େ କ ୈ ଣ ସି ଡିଜାଇନ୍ରେ ଏହାକୁ ହାତ, ଗୋଡ଼, ପିଠି, ବେକ, ବାହୁ ଆଦିରେ ଲଗାଇ ହେବ ।