Odisha news

କରୋନା କର୍ଫୁ୍ୟ ବେଳେ ଲୁଗା ଦୋକାନ ଖୋଲାଇ ଅଡୁଆରେ ବନ୍ତ ତହସିଲଦା : କାର୍ଯ୍ୟାନୁଷ୍ଠାନ କେବେ ?

0

ଭଦ୍ରକ/ବନ୍ତ :କରୋନ ପାଇଁ ‘ଲକ୍ ଡାଉନ୍’ ଓ ସନ୍ଧ୍ୟା ରୁ ସକାଳ ଯାଏଁ କର୍ଫୁ୍ୟ ବେଳେ ଜଣେ ତହସିଲଦାର ସବୁ ନିୟମକୁ ଉଲଂଘନ କରି ଲୁଗା ଦୋକାନ ଖୋଲାଇ ଲୁଗା କିଣିବା ଘଟଣାର ଭିଡିଓ ଏବେ ସମଗ୍ର ରାଜ୍ୟରେ ଭାଇରାଲ ହେବାରେ ଲାଗିଛି । ନିଜେ ଜଣେ ମାଜିଷ୍ଟ୍ରେଟ ହୋଇ  ଘଟଣାକୁ ସାଧାରଣ ଅଞ୍ଚଳବାସୀ ସହଜରେ ହଜମ କରି ପାରନାହାନ୍ତି ।  କରୋନା ଜିଲ୍ଲା ତମାମ ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ କଫୁ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କଟକଣା ଜାରି ହୋଇଛି  ।

ଏହି ନିୟମକୁ କଡାକଡି ପାଳନ କରାଇବା କ୍ଷେତ୍ରରେ ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଭଦ୍ରକ ଜିଲା ବନ୍ତ ତହସିଲର ତହସିଲଦାର ମାଜିଷ୍ଟେଟ୍ ଦାୟିତ୍ୱରେ ଥାଇ ଲକ୍ ଡାଉନ୍ କଟକଣାକୁ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ହେଲେ ଗତ ୧୯ ତାରିଖ ସନ୍ଧ୍ୟା ୭ଟା ପରେ କଫୁ୍ୟ ସମୟରେ ନିଜେ ଆଇନ ଉଲଂଘନ କରିଥିବାର ଏକ ଭିଡିଓ ଏବେ ତାଙ୍କୁ ଅଡୁଆରେ ପକାଇଛି । କଫୁ୍ୟ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଆଗରପଡା ବଜାରରେ ଏକ ଡ୍ରେସ୍ ଦୋକାନ ଖୋଲା କରି ଡ୍ରେସ୍ କିଣୁଥିବା ଖବର ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଜାଣିବାକୁ ପାଇଥିଲେ ।

ପରେ ଯୁବକ ମାନେ ଡ୍ରେସ୍ ଦୋକାନ ନିକଟରେ ପହଞ୍ଚô ଦୋକାନର ସଟର ପକାଇ ଦେବା ସହ କଫୁ୍ୟ ସମୟରେ କାହିଁକି ଦୋକାନ ଖୋଲା କରି ଡ୍ରେସ୍ କିଣୁଛ ବୋଲି ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ । ଯୁବକ ମାନଙ୍କ ପ୍ରଶ୍ନରେ ତହସିଲଦାର ହଡବଡ ହୋଇଯାଇଥିଲେ । ଯୁବକ ମାନଙ୍କ ସହ ତହସିଲଦାରଙ୍କ ଏଭଳି ଯୁକ୍ତିତର୍କ କିଛି ସମୟ ଧରି ଚାଲିଥିଲା ।

ଏହି ଘଟଣାକୁ କେହି ବ୍ୟକ୍ତି ମୋବାଇଲ ମାଧ୍ୟମରେ ଭିଡିଓ ରେକଡିଂ କରି ନେଇଥିଲେ । ସୋମବାର ଠାରୁ ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଅପରପକ୍ଷେ ମାଜିଷ୍ଟେଟ୍ ଦାୟିତ୍ୱରେ ଥିବା ଜଣେ ତହସିଲଦାର କିପରି କଫୁ୍ୟ ସମୟରେ ଆଇନକୁ ଉଲଂଘନ କରି ଏଭଳି କାର୍ଯ୍ୟ କରିପାରିଲେ ସେନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ବନ୍ତ ଅଞ୍ଚଳବାସୀ ଦେଖିବାକୁ ଅପେକ୍ଷା କରିଛନ୍ତି ।

Leave A Reply