Odisha news

କଟକଣା ଉଠିଲା, “କରୋନା’ ସଂକ୍ରମଣ ଦୃତ ବଢିଲା : ଭଦ୍ରକରେ ସର୍ବାଧିକ ୧୮୬ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୩ହଜାର

0

ଭଦ୍ରକ :କୋଭିଡ୍‍-୧୯ କଟକଣାକୁ ସରକାର ପ୍ରତ୍ୟାହାର କରିବା ପରେ କଟକଣା(ଲକ୍‍ଡାଉନ, ସର୍ଟଡାଉନ)ଉଠିଯାଇଛି । ତେବେ ଭଦ୍ରକ ଜିଲ୍ଲାରେ କିନ୍ତୁ “କରୋନା’ ସଂକ୍ରମଣ ଦୃତ ବଢି ଚାଲିଛି । ଗତ ଅଗଷ୍ଟ ମାସ ୨ୟ ସପ୍ତାହରେ ଗୋଟିଏ ଦିନରେ ଜିଲ୍ଳାରୁ ୧୧୮ଟି ପଜିଟିଭ୍‍ କେଶ ବାହାରିଥିବା ବେଳେ ଆଜି ସର୍ବାଧିକ ୧୮୬ଟି ପଜିଟିଭ୍‍ ଚିହ୍ନଟ ହେବା ଘଟଣା ଆଲୋଡନ ସୃଷ୍ଟି କରିଛି । ଆଜିର ଏହି ନୂତନ ଆକ୍ରାନ୍ତଙ୍କୁ ନେଇ ଜିଲ୍ଲର “କରେନା’ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ରେ ପହଁଞ୍ଚିଛି । ଯେତେବେଳେ କି ନୂଆ ୪୯ ସୁସ୍ଥଙ୍କ ପରେ ଜିଲ୍ଳାର ମୋଟ ସୁସ୍ଥଙ୍କ ସଂଖ୍ୟା ହୋଇଛି ୨୧୮୮ । ଏବେ ଆକଫିଭ ଆକ୍ରାନ୍ତ ଭାବେ ୮୦୩ଜଣ ଚିକିତ୍ସିତ ହେଉଛନ୍ତି ।

ସେହିଭଳି ଜିଲ୍ଲାର ନମୁନା ପରୀକ୍ଷା ମଧ୍ୟ ୫୦ ହଜାର ଅତିକ୍ରମ କରି ୫୦,୨୦୪ରେ ପହଞ୍ଚିଛି । ଆଜି ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବାସୁଦେବପୁର ବ୍ଲକ ଅଞ୍ଚଳରୁ । ଏହି ଅଞ୍ଚଳରୁ ୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାସୁଦେବପୁର ପୌରପାଳିକାରୁ ୧୯ଜଣ, ଭଦ୍ରକ ବ୍ଲକରୁ ୩୪ଜଣ, ଭଦ୍ରକ ପୌରପାଳିକାରୁ ୩୫ଜଣ, ବନ୍ତ ବ୍ଳକରୁ ୪ଜଣ, ଭଣ୍ଡାରିପୋଖରୀ ବ୍ଲକରୁ ୩୦ଜଣ, ଚାନ୍ଦବାଲି ବ୍ଲକରୁ ୩ଜଣ, ଧାମନଗର ବ୍ଳକରୁ ୪ଜଣ, ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ, ତିହିଡି ବ୍ଳକରୁ ୧୨ଜଣ ଏବଂ ଅନ୍ୟ ଜିଲ୍ଲାର ଆକ୍ରାନ୍ତ ଭାବେ ୨ଜଣ ଚିିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ସୁଦ୍ଧା କୋଭିଡ୍‍ରେ ୯ଜଣଙ୍କ ମୃତୁ୍ୟଘଟିଥିବା ବେଳେ ଆଜି କରୋନା ଆକ୍ରାନ୍ତ ହୋଇଥିବା ଜଣେ ବରିଷ୍ଠ ପ୍ରଶାସନ ସାଳନ୍ଦୀ ହସ୍ପିଟାଲରୁ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି ।

Leave A Reply