Odisha news

ଭାରତୀୟ ଆଦିବାସୀ ଭୂମିଜ ସମାଜ ତରଫରୁ ଭୂମିଜ ଭାଷା ଦିବସ ପାଳନ 

0
ବେତନଟୀ : ବେତନଟୀ ବ୍ଲକ ଅଧୀନ ବୈଦିପୁର ଗ୍ରାମ ର ବରିଷ୍ଠ ଭୂମିଜ ନେତା ପାଇକ ସିଂ ଙ୍କ ସଭାପତିତ୍ବରେ ଶୁଳିଆପଦା ବ୍ଲକ ଅନ୍ତର୍ଗତ ଜୁଳୁକ ଗ୍ରାମ ରେ ଭାରତୀୟ ଆଦିବାସୀ ଭୂମିଜ ସମାଜ ଓ ରାଣୀ ଶିରୋମଣି ଭୂମିଜ ଯୁବକ ସଂଘ ର ମିଳିତ ଉଦ୍ୟମରେ ଭୂମିଜ ଭାଷା ଦିବସ ଖୁବ୍ ଧୁମଧାମରେ ରେ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଯାଜପୁର ଜିଲ୍ଲାରୁ ସଂଖ୍ୟାଧିକ ଭୂମିଜ ସଂପ୍ରଦାୟର ର ଲୋକ ଉପସ୍ଥିତି ରହିଥିଲେ। ଆଦିବାସୀ ପରମ୍ପରା ଅନୁଯାୟୀ କୁପୁଲ ଦାରମ, ପୂଜାର୍ଚ୍ଚନା ପରେ ବିଧିବଦ୍ଧ ଭାଵେ ଵିଦ୍ଦିରୀ ପତାକା ଉତ୍ତୋଳନ କରା ଯାଇ ଭୂମିଜ  ଵୀର ସହିଦ୍ ମାନଙ୍କୁ ମାଲ୍ୟାର୍ପଣ କରା ଯାଇଥିଲା।ଏହା ପରେ ଭାରତୀୟ ଆଦିବାସୀ ଭୂମିଜ ସମାଜ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ପାଇକ ସିଂ ଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଆଲୋଚନାରେ ଭାରତୀୟ ଆଦିବାସୀ ଭୂମିଜ ସମାଜ ଓଡିଶା ର ସମ୍ପାଦକ ହେମେନ୍ଦ୍ର ସିଂ, କେନ୍ଦ୍ରୀୟ କମିଟି ସଦସ୍ୟା ଗୀତାମଣି ସିଂ,  କେନ୍ଦ୍ରୀୟ କଳା ସାଂସ୍କୃତିକ ସମ୍ପାଦକ ସୁଜାତା ସିଂ, କୋଷାଧ୍ୟକ୍ଷ ଜିତେନ୍ଦ୍ର ସିଂ, ମୟୂରଭଞ୍ଜ ଜିଲ୍ଲା ସଭାପତି  ରାଜ କୁମାର ସିଂ, ରାମଚନ୍ଦ୍ର ସିଂ, ଗଦାଧର ସିଂ, ଦେବକୀ ସିଂ , ମୁକ୍ତେଶ୍ଵରୀ ସିଂ ଗୁରୁଭା ସିଂ, କାଳିଚରଣ ସିଂ, ସାଇବା ସି , ଦେବେନ୍ଦ୍ର ସିଂ କେନ୍ଦ୍ରୀୟ ସଦସ୍ୟ ସନିଆ ସିଂ , ନୀଳଗୀରି ବ୍ଳକ୍ କମିଟୀ ସଭାପତି ନରୋତ୍ତମ ସିଂ ପ୍ରମୁଖ ସମାଜ ସେବୀ ମାନେ ଭୂମିଜ ଭାଷା ର ଉନ୍ନତି ନିମନ୍ତେ ବହୁ ମୂଲ୍ୟ ମତାମତ ଦେଇଥିଲେ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରେ ଭୂମିଜ ଭାଷାକୁ ଅବହେଳା କରାଯାଇଥିବା ନେଇ  ସମସ୍ତ ଭୂମିଜ ସମାଜସେବୀ ମାନେ ଗଭୀର କ୍ଷୋଭ ପ୍ରକାଶ କରିଥଲେ ଏବଂ ସରକାର ଏହି ଭାଷା ଓ ସଂସ୍କୃତିର ବିକାଶ ନେଇ କିଛି ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ଗ୍ରହଣ ନ କଲେ ଏ ଜାତି ବାଧ୍ଯ  ହେବ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଵହୁ ସମାଜ ସେଵୀ,ଯୁବକ ଯୁବତୀ,ଭୂମିଜ ଛାତ୍ରଛାତ୍ରୀ ଯୋଗଦାନ୍ କରିଥିଲେ।ଯୁବକ ସଂଘ ର ବିଶାଲ ସିଂ,ସଂଜୟ ସିଂ,ଟୁଲୁ ସିଂ, କାର୍ତ୍ତିକ ସିଂ  ପ୍ରମୁଖ ସମସ୍ତ କାର୍ଯ୍ୟ କ୍ରମ ର ସଫଳ ନିମନ୍ତେ ପ୍ରୟାସ କରିଥିଲେ। ଶେଷ ରେ ରଖଜ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
Ad2
Leave A Reply