ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ଗଡଦେଉଳିଆ ଗ୍ରାମପଞ୍ଚାୟତର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାନ୍ତାଳି ଏକାଡେମି,ଓଡିଶା ପକ୍ଷରୁ ଲାଖବିନ୍ଧାରେ ଥିବା “ବୀରବିର୍ସା ଅଲ୍ ଇତୁନ୍ ଆଶ୍ଳା ପକ୍ଷରୁ ଅଲଚିକି ବାର୍ଷିକ ସାର୍ଟିଫିକେଟ ପରୀକ୍ଷା-୨୦୨୪ ଗତ ୮ ତାରିଖ ଶନିବାର ଦିନ ଆରମ୍ଭ ହୋଇ ମଙ୍ଗଳବାର ଶେଷ ହୋଇଛି। ସାନ୍ତାଳି ଏକାଡେମି,ଓଡିଶା ପକ୍ଷରୁ ସମସ୍ତ ପରୀକ୍ଷା କାର୍ଯ୍ଯ ପରିଚାଳିତ ହେଉଥିବା ବେଳେ ଏହି ବାର୍ଷିକ ସାର୍ଟିଫିକେଟ ପରୀକ୍ଷା ନିମନ୍ତେ ପ୍ରଥମରୁ ସ୍ନାତକ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଗଣ ଅଲଚିକି ପରୀକ୍ଷା ଦେଇଥିଲେ। ବୀରବିର୍ସା ଅଲ୍ ଇତୁନ୍ ଆଶ୍ଳା ପକ୍ଷରୁ ଅନୁଷ୍ଠିତ ଏହି ପରୀକ୍ଷାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିଲେ। ଲୟାର ଷ୍ଟାଣ୍ଡାର୍ଡରୁ ୯ଜଣ,ହାଇୟର ଷ୍ଟାଣ୍ଡାର୍ଡରୁ ୯ ଜଣ,ମେଟ୍ରିକ ଷ୍ଟାଣ୍ଡାର୍ଡରୁ ୪ଜଣ, +୨ ରୁ ୫ଜଣ,+୩ରୁ ୧ ଜଣ,ସ୍ନାତକରୁ ୧ଜଣ ଏହିପରି ସର୍ବମୋଟ ୨୯ଜଣ ଛାତ୍ରଛାତ୍ରୀ ପାରମ୍ପରିକ ବସ୍ତ୍ର ପରିଧାନ କରି ପରୀକ୍ଷା ଦେଇଥିଲେ।ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡଣ୍ଟ ଭାବେ ଚାନ୍ନା କିସ୍କୁ ପରିଚାଳନା କରିଥିବା ବେଳେ ଆଶ୍ଳା ପକ୍ଷରୁ ଶିକ୍ଷକ ନରେନ୍ଦ୍ର ଟୁଡୁ,ତପନ ହେମ୍ବ୍ରମ,ରାଜେନ୍ଦ୍ର ପ୍ରସାଦ ହାଁସଦା ପ୍ରମୁଖ ପରୀକ୍ଷା କାର୍ଯ୍ଯକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିଥିଲେ।
