Odisha news

ବଡସାହି ବିଧାନକ୍ଷେତ୍ର : ଆସିନାହିଁ ନିର୍ବାଚନୀ ଉଷ୍ମତା,ନାମାଙ୍କନକୁ ଅପେକ୍ଷା

0
ବେତନଟ :  ବଡସାହି ବିଧାନସଭା କ୍ଷେତ୍ର ପାଇଁ ଆଜିଠାରୁ ଠିକ୍ ଏକ ମାସ ଭୋଟଦାନ ଦିବସ ବାକିଥିବାରୁ ସାରା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ଦେଖା ଯାଇନାହିଁ | ମାତ୍ର ପ୍ରମୂଖ ତିନି ଦଳର ପ୍ରାର୍ଥୀ/ପ୍ରାର୍ଥୀନୀ ନିଜ ନିଜ ସମର୍ଥନ ଜୁଟାଇବା ଏବଂ ଅସନ୍ତୁଷ୍ଟ ଙ୍କୁ ସନ୍ତୁଷ୍ଟ କରାଇବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖି ଥିବାର ନଜରକୁ ଆସିଛି। ବିଜେପିର ବାଲେଶ୍ବର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନିଜ ପ୍ରାର୍ଥୀତ୍ବ ପାଇଁ ନିଜ ସଂସଦୀୟ କ୍ଷେତ୍ର ଅଧିନ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଚଳାଇଥିଲେ ବି ତାଙ୍କ ପ୍ରତି କର୍ମୀ ତଥା ଭୋଟର ମାନଙ୍କ ମଧ୍ୟରେ ବିରୋଧାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ମାତ୍ର ବଡସାହି କ୍ଷେତ୍ରରେ ଦଳୀୟ ପ୍ରାର୍ଥୀ ସନାତନ ବିଜୁଳି ଙ୍କ ପ୍ରାର୍ଥୀତ୍ୱ କୁ ବିରୋଧ କରୁଥିବା କିଛି ବରିଷ୍ଠ କର୍ମୀମାନଙ୍କୁ ସାଂସଦ ପ୍ରାର୍ଥୀ ଶ୍ରୀ ଷଡଙ୍ଗୀ ନିଜ ପାଖକୁ ଡାକି “ମେନେଜ୍” କରିଦେଇଥିବା ଖବର କିଛି କର୍ମୀଙ୍କ ଠାରୁ ଶୁଣିବାକୁ ମିଳିଛି । ତେବେ ବିଜୁଳି ଙ୍କ ପାଇଁ ସବୁଠୁଁ ବଡ ବାଧକ ସାଜିଛି କୋଟେରୀ ଗୋଷ୍ଠୀର କିଛି କର୍ମୀ ତାଙ୍କୁ ବ୍ଳାକ୍ ମେଲ୍ କରିବାରେ ଲାଗି ପଡିଛନ୍ତି।ଆଉ ବିଜେଡିର ଯେଉଁ ବିଦ୍ରୋହୀ ଗୋଷ୍ଠୀ ବିଜୁଳି ଙ୍କୁ ସମର୍ଥନ କରିବାର ପ୍ରତିଶୃତି ଦେଇଛନ୍ତି ତାହା ଜଳୀୟ ହାଇକମାଣ୍ତ ଙ୍କ ମ୍ୟାନେଜ଼ ପରେ ଫିକା ପଡିଯାଇପାରେ।ଠିକ୍ ସେହିପରି ଶାସକ ବିଜେଡି ଦଳ ର ବିଧାୟିକା ପ୍ରାର୍ଥୀନୀ ତଥା ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଙ୍କ ପତ୍ନୀ ଅନସୂୟା ପାତ୍ର ଙ୍କ ପାଇଁ ଅଡୁଆ ବଢି ବଢି ଚାଲିଛି । ଏହାର ମୂଖ୍ୟ କାରଣ ହେଉଛି ସାଂସଦ ପ୍ରାର୍ଥୀନୀ ଭାବେ ବିଜେପି ଦଳ ଛାଡି ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତରାୟ ଙ୍କୁ ଦଳ ପ୍ରାର୍ଥୀନୀ କରିଥିବାରୁ କର୍ମୀ ଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧି ଯାଇଛି । ବାରମ୍ଵାର କର୍ମୀମାନଙ୍କ ସହିତ ଆଲୋଚନା କରିବା ପରେ ଶ୍ରୀମତୀ ଲେଖାଶ୍ରୀଙ୍କ ପାଇଁ କର୍ମୀ ମାନେ ଶତ ପ୍ରତିଶତ ନିର୍ବାଚନୀ ମଇଦାନରେ କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସତ ମାତ୍ର ବଡ଼ସାହି କ୍ଷେତ୍ରରେ ପ୍ରାର୍ଥୀନୀ ଅନସୂୟା ଙ୍କ ପାଇଁ କାମ ନ କରିବା ର ଦୃଢ ଜବାବ ଦେବାକୁ ଭୁଲି ନ ଥିଲେ ।ଏହିଁ ଦୋମୁହାଁ ତଥା ସ୍ଵାର୍ଥବାଦୀ ଗୋଷ୍ଠୀର ଠିକାଦାରୀ କର୍ମୀ ଙ୍କୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳର ସ୍ୱାର୍ଥ ଦୃଷ୍ଟିରୁ ଐକ୍ୟ ମନୋବୃତ୍ତି ନେଇ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟଭିକ୍ଷା କରିବାର ପ୍ରତିଶୃତି ପରେ କିଛିଟା ଅସନ୍ତୋଷ ପ୍ରଶମିତ ହୋଇଥିବାର ଆଶା କରାଯାଉଛି।  ଅନ୍ୟ ପଟେ ପାରମ୍ପରିକ ମୂଖ୍ୟ ପ୍ରତିଦ୍ବନ୍ଦୀ ବିଜେଡି ଓ ବିଜେପି ଗୋଟିଏ ମୂଦ୍ରାର ଉଭୟ ପାର୍ଶ୍ଵ ବୋଲି ଅଭିହିତ କରି ଜାତୀୟ କଂଗ୍ରେସ ନିଜର ଲୋକାଭିମୁଖୀ କାର୍ଯ୍ୟଧାରାକୁ ଭୋଟରଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଚାଲିଛି | କଂଗ୍ରେସର ବାଲେଶ୍ଵର ସାଂସଦ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହିତ ବତସାହି ବିଧାନସଭା ପ୍ରାର୍ଥୀ କ୍ଷୀରୋଦ ପାତ୍ର ବେତନଟୀ ଠାରେ ଯେଭଳି ଏକ କର୍ମୀ ସମ୍ମିଳନୀ କରି ଦୁଇ ଦଳ ବିଜେପି ଓ ବିଜେଡିର ମୂଖା ଖୋଲିଦେଲେ ସେଥିରୁ କଂଗ୍ରେସ ପ୍ରତି ଜନ ସମର୍ଥନର ଆଭାସ ମିଳିସାରିଛି। ତଥାପି କଂଗ୍ରେସ ର ଗୋଷ୍ଠୀ କନ୍ଦଳ ସାରା ରାଜ୍ୟରେ ଯେମିତି ଭଗ୍ର ରୂପ ଧାରଣ କରିଛି ସେଥିରୁ ନିଜକୁ ନିବୃତ ରଖି ତୃଣମୂଳ ସ୍ତରରେ କାର୍ଯ୍ୟ କରିପାରିଲେ ଯାଇ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବେ । ତେବେ ଏ ସବୁର ଅଙ୍କ ବିଗାଡିବା ପାଇଁ କେତେ ଜଣ ସ୍ଵାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଯୋଗଦେଇ ନାମାଙ୍କନ ଦାଖଲ କରୁଛନ୍ତି ସେଇଥିରୁ ତିନି ଦଳର ଜିତିବା ହାରିବା ନିର୍ଭର କରାଯାଇପାରେ।
Govt
Leave A Reply