Odisha news

ମୟୂରଭଞ୍ଜ ଜିଲ୍ଲାର ତିନି ଜଣ ମହିଳା କରୋନା ଆକ୍ରାନ୍ତ : କୋଭିଡ ହସପିଟାଲକୁ ସ୍ଥାନାନ୍ତର

0

ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ସଦର ବ୍ଲକର ହାତୀକୋଠ, ଶଙ୍କାଭଙ୍ଗା ଓ ବୁଢ଼ୀଖମାରୀ ଗ୍ରାମ ପଞ୍ଚାୟତରୁ ତିନି ଜଣ ମହିଳା କରୋନାରେ ଆକ୍ରାନ୍ତ ବୋଲି ଜଣା ପଡିଛି । ଏହି ତିନି ଜଣ ମହିଳାଙ୍କୁ ବାଙ୍କିଶୋଳରେ ଥିବା କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଛି ।

ଏହି ମହିଳା ମାନଙ୍କ ସଂସ୍ପର୍ଶରେ ଆସି ଥିବା ବ୍ୟକ୍ତି ମାନଙ୍କର ତାଲିକା ପ୍ରସ୍ତୁତ କରା ଯାଉ ଥିବାର ଜଣା ପଡିଛି । ଅଧିକ ସଂକ୍ରମଣ ରୋକିବାକୁ ଏହି ମହିଳା ମାନଙ୍କର ଗ୍ରାମ ଗୁଡିକୁ ବିଶୋଧନ କରିବାକୁ ସାଧାରଣରେ ଦାବି ହୋଇଛି । ବାରିପଦା ସଦର ବିଡିଓ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Nalco
Leave A Reply