Odisha news

କୋଭିଡ ସୁରକ୍ଷାକୁ ନେଇ ରକ୍ଷା ବନ୍ଧନ ବର୍ଜନ କରିବାକୁ ସାମାଜିକ ସଂଗଠନର ନିଷ୍ପତ୍ତି

0

ବେତନଟୀ : ଦେଶରେ ଅନଲକ-୩ ଆରମ୍ଭ ହୋଇଛି । ବହୁ ଦିନ ଧରି କରୋନା ଲକ ଡାଉନରେ ଅତିଷ୍ଠ ହୋଇ ଥିବାର ଜନ ସାଧାରଣ ଏବେ ପ୍ରତିବନ୍ଧକ ମୁକ୍ତ ହେବା ବେଳକୁ ଆଗକୁ ରକ୍ଷା ବନ୍ଧନ ଉସôବ ଆସୁଅଛି । ରାତ୍ରୀ କାଳୀନ କର୍ଫୁ୍ୟ କୋହଳ ହେବା ପରେ ଏବେ ଦୋକାନ ବଜାର ଗୁଡିକରେ ଭିଡ ଲାଗିଲାଣି । ରାକ୍ଷୀ ଷ୍ଟଲ ଗୁଡିକରେ ଭିଡ ଲାଗି ଥିବାର ଦେଖା ଯାଉଛି । ବେତନଟୀ ବ୍ଲକରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି । କିଏ କାହା ସଂସ୍ପର୍ଶରେ ଆସିଛି ଓ କାହା ପାଖରେ କରୋନା ଭୂତାଣୁ ରହିଛି ତାହା ଜାଣିବା ଅସମ୍ଭବ । ତେବେ କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ଆଉ କିଛି ଦିନ ଉସôର୍ଗୀକୃତ ଜୀବନ ନିର୍ବାହ କରିବାକୁ ହେବ ବୋଲି ମତ ପ୍ରକାଶ କରିଛନ୍ତି ସମସ୍ତ ସାମାଜିକ ସଂଗଠନ ।

ବେତନଟୀ ବ୍ଲକ ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ଅଜୟ କରଙ୍କ ନେତୃତ୍ୱରେ ଆସନ୍ତା ରକ୍ଷା ବନ୍ଧନକୁ ପାଳନ ନକରିବାକୁ, ଘରୁ ବାହାରକୁ ଯାଇ ଭିଡ ମଧ୍ୟରେ ରାକ୍ଷି, ମିଠା, ଲୁଗାପଟା ନକିଣିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ସାମାଜିକ ସଂଗଠନ । ବରଂ ରକ୍ଷା ବନ୍ଧନ ଦିନ ଭାଈ ମାନଙ୍କ ଉଦେ୍ଦଶ୍ୟରେ ଘରେ ଠାକୁରଙ୍କୁ ପୂଜାର୍ଚ୍ଚନା କରି ଭଉଣୀ ମାନେ ମଙ୍ଗଳ ମନାସିବା ସହିତ କରୋନା ମୁକ୍ତ ଭାରତ ପାଇଁ ପ୍ରାର୍ଥନା କରିବାକୁ ଆହ୍ୱାନ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମକୁ ବେତନଟୀରେ ବହୁଳ ଭାବେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆ ଯାଇଛି । ଅଗ୍ରଣୀ ମହିଳା ସଂଗଠନ ପଦ୍ମମାଳିର ସାଧାରଣ ସମ୍ପାଦିକା ପ୍ରଭାତୀ ମହାନ୍ତି, ସୁମତୀ ମହାନ୍ତ, ସମ୍ବାଦ ସାହିତ୍ୟ ଘରର ସମ୍ପାଦିକା ଗୀତାଞ୍ଜଳୀ ଭୂୟାଁ, ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି କାର୍ତ୍ତିକ ବିଶ୍ୱାଳ, ଉପସଭାପତି ସର୍ବେଶ୍ୱର ମହାନ୍ତ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ସମ୍ପାଦକ ଗତିକୃଷ୍ଣ ମହାନ୍ତ, ସହସମ୍ପାଦକ ଆଶିଷ ଦାସ, କୋଷାଧ୍ୟକ୍ଷ ହରିଶ୍ଚନ୍ଦ୍ର ସାମଲ, ନିତ୍ୟାନନ୍ଦ ପାତ୍ର, ଆମ୍ଭେ-୮୩ର ସାଧାରଣ ସମ୍ପାଦକ ଆଡଭୋକେଟ ସଞ୍ଜୟ କୁମାର ଭୂୟାଁ ପ୍ରମୁଖ ଏହି ଆହ୍ୱାନ ଦେଇ ଥିବାର ଜଣା ପଡିଛି ।

Leave A Reply