ବେତନଟୀ : ବୈଶିଙ୍ଗା ଡାକ୍ତରଖାନା ପରିସରରେ ସୋମବାର ପୂର୍ବାହ୍ନ ସମୟରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବୈଶିଙ୍ଗା ଡାକ୍ତରଖାନା ର ଭାରପ୍ରାପ୍ତ ଅଧିକାରୀ ଡଃ. ବିକାଶ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟା ସବିତା ଦାସ , ଡଃ. ପ୍ରଦୀପ କୁମାର କର ,ଡଃ. ପ୍ରଶନ୍ନ କୁମାର ପାତ୍ର , ପିଏଚ୍ଓ ମଞ୍ଜୁ ମାଡାମ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବୈଠକରେ ମୁଖ୍ୟତଃ ବାର୍ଷିକ ହିସାବ , ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ର ଆଲୋଚନା , ବିଭିନ୍ନ ଗ୍ରାମ ପରିସରରେ ହେବାକୁ ଥିବା ସ୍ୱାସ୍ଥ୍ୟ ଅବଲମ୍ବୀ ସଚେତନତା କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ , କେନ୍ଦୁଆ ସରପଞ୍ଚ ମନମୋହନ ମାଝୀ , ରାଜେନ ଦାସ, ଉତ୍ସର୍ଗ ବେହେରା ଉପସ୍ଥିତ ଥିଲେ । ବିପିଓ ସସ୍ମିତା ଦାଶ ଜନ ଆରୋଗ୍ୟ ସମିତି ର ବିଭିନ୍ନ ନିୟମାବଳୀ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଶେଷରେ ଡଃ ପ୍ରଦୀପ କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।