Odisha news

ମଣତାପାଳ ଠାରେବି ଏସ ଏନ ଏଲ  ୪ଜି ଟାୱାରର ଶିଳାନ୍ୟାସ କଲେ କେନ୍ଦ୍ର ସୂଚନା ଓ଼ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ 

0
ବେତନଟୀ :  କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଦ୍ୱାରା ଆଜି ବେତନଟୀ ବ୍ଲକ ଏବଂ ବେତନଟୀ ବିଏସଏନଏଲ ସବ ଡିଭିଜନ ଅଧିନସ୍ଥ ମଣତାପାଳ ଠାରେ ଏକ ୪ଜି ଭାରତ ସଞ୍ଚାର ନିଗମର ଟାୱାର ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବେତନଟୀ ବିଏସଏନଏଲ ର ସେବା ତିନି କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଏତେ ଦୁର୍ବଳ ଯେ ଉପଭୋକ୍ତାମାନେ ବର୍ଷ ଯାକ ସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି। ଯେଉଁ ପାଇଁ ବି ଏସ ଏନ ଏଲ  ଉପଭୋକ୍ତାମାନେ ସେମାନଙ୍କ ଦୁର୍ବଳ ନେଟୱର୍କ ପାଇଁ ସିମ ବଦଳାଇବାକୁ ବାଧ୍ଯ ହୋଇଥାନ୍ତି। ଏହି ଧାରା ଏଠାରେ ବର୍ଷ ବର୍ଷ ଧରି ଲାଗି ରହିବା ଏବଂ ସବଡିଭିଜନାଲ ଏକ୍ସଚେଞ୍ଜରେ ଷ୍ଟାଫ ଅଭାବ ଯୋଗୁଁ ଏହା ଏବେ ଅବହେଳିତ ଏବଂ ପରିତ୍ୟକ୍ତ ଅବସ୍ଥାରେ ସେବା ପ୍ରଦାନ କରି ନପାରି ପଡି ରହିଥିଲା। ଏହି ଆଦିବାସୀ ବହୁଳ ଗ୍ରାମାଞ୍ଚଳର ବିସ୍ତୀର୍ଣ୍ଣ ଅଞ୍ଚଳର ଉପଭୋକ୍ତା ନେଟୱର୍କ ର ବିଭ୍ରାଟର ସମ୍ମୁଖିନ ହୋଇ ଆସୁଥିଲେ।  ସାଧାରଣ ଜନତାଙ୍କ ସୁବିଧା ନିମନ୍ତେ ଏହି ୪ଜି ସେବା ପ୍ରଦାନ କରାଯିବା  ଉଦ୍ଦେଶ୍ୟରେ ଶନିବାର ଏକ ବିରାଟ ସମାବେଶର ଆୟୋଜନ କରାଯାଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ମାରାଥନ ଗସ୍ତର ଆୟୋଜନ କରାଯାଇଥିଲା। ଏହା ସହିତ ଭାରତ ସଞ୍ଚାର ନିଗମର ବହୁ ପଦସ୍ଥ ଅଧିକାରୀ ମାନଙ୍କ ସହିତ ସ୍ଥାନୀୟ ବିଧାୟକ ସନାତନ ବିଜୁଳି, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଜନାଭିମୁଖୀ କାର୍ଯ୍ୟର ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ସାରା ଭାରତ ସହିତ ବିଶ୍ଵକୁ ମୋବାଇଲ ନେଟୱର୍କ ସହିତ ଯୋଡିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣତାପାଳର ଦନ୍ଦୁ ମୁର୍ମୁ, ସୁନାରାମ ସୋରେନ୍, ହାଡ଼ିବନ୍ଧୁ ହାଁସଦା ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟ ରଖିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ପଦକ୍ଷେପ ଓ ପ୍ରତିଶ୍ରୁତିକୁ ପ୍ରଶଂସା କରିଥିଲେ।
Leave A Reply