Odisha news

ସାଇବର କ୍ରାଇମ ସଚେତନତା ସୃଷ୍ଟି ପାଇଁ ବୈଶିଙ୍ଗା ପୋଲିସ ପକ୍ଷରୁ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ମହା ରାଲି

0
ବେତନଟୀ : ସଚେତନତା ଓ ସତର୍କତା ଦ୍ୱାରା ହିଁ ସାଇବର ଅପରାଧକୁ ରୋକିହେବ, ଏହି ବାର୍ତ୍ତାଟି ରାଜ୍ୟର ଘରେ ଘରେ ଏବଂ ପ୍ରତିଟି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ମୟୁରଭଞ୍ଜ ସାଇବର ସୁରକ୍ଷା ରଥ ନିଜର ଅଭିଯାନ ଜାରି ରଖୁଛି । ଏହି ଅବସରରେ ବୈଶିଙ୍ଗା ପୁଲିସ ନେତୃତ୍ୱରେ ଆଖପାଖ ପ୍ରାୟତଃ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ବଣ୍ଟା ଯାଇଥିଲା l ଆଜି ଶୁକ୍ରବାର ଦ୍ୱାଦଶ ଦିନରେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ, ଡ଼ିଏସପି ଦୋଳମଣି ଭୋଇ ଓ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ପ୍ରତକ୍ଷ ତତ୍ୱାବଧାନରେ ସାଇବର ସୁରକ୍ଷା ରଥ ବୈଶିଙ୍ଗାରେ ପହଞ୍ଚିଥିବାଥିବାବେଳେ ସାଇବର ସୁରକ୍ଷା ରଥକୁ ପ୍ରତିଟି ସ୍ଥାନରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଭବ୍ୟ ସ୍ଵାଗତ କରାଯିବା ସହ ସେଥ‌ିରେ ପ୍ରଦର୍ଶିତ ହେଉଥ‌ିବା ସଚେତନତା ବାର୍ତ୍ତାକୁ ଲୋକମାନେ ଆଗ୍ରହର ସହ ଦେଖୁଥ‌ିବା ପରିଲକ୍ଷିତ ହୋଇଥିଲା l
ଆଜିର ଏହି ସାଇବର ସୁରକ୍ଷା ରଥକୁ ସ୍ଥାନୀୟ ଜେଭିୟାର୍ସ ପବ୍ଲିକ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ, ମହାତ୍ମାଗାନ୍ଧୀ ମହାବିଦ୍ୟାଳୟ, ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରିୟାଂସୀ ରାଧେ କଲେଜ, ବୈଶିଙ୍ଗା ଆଇଟିଆଇର ଛାତ୍ରଛାତ୍ରୀ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ, ଏସଏଚଜି ମହିଳା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ବୈଶିଙ୍ଗା ବଜାର କମିଟି, ଆମ ପୁଲିସ ସମିତି ସଦସ୍ୟ, ବୈଶିଙ୍ଗା ଓଟୋ ଏସୋସିଏସନ, ବେତନଟୀ ବ୍ଲକ ପ୍ରେସ କ୍ଲବର ସମସ୍ତ ସାମ୍ବାଦିକ ବନ୍ଧୁ,  ସ୍ଥାନୀୟ ଲୋକ ପ୍ରତିନିଧୁ, ବରିଷ୍ଠ ନାଗରିକ, ଛାତ୍ରଛାତ୍ର, ସରକାରୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧୂ ସ୍ଵାଗତ କରିଥିଲେ ଓ ଏକ ବିରାଟ ପଟୁଆର ଏକ ହଜାରରୁ ଅଧିକ ଲୋକ ଉକ୍ତ ରଥକୁ ବୈଶିଙ୍ଗା ବଜାର ପରିଭ୍ରମଣ କରାଇଥିଲେ l ଉଲ୍ଲେଖଯୋଗ୍ୟଯେ,ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସବୁ ଏହି ସାଇବର ସୁରକ୍ଷା ରଥ ବୁଲି ଲୋକଙ୍କୁ ସଚେତନ କରିବ l

Leave A Reply