Odisha news

ଅଙ୍ଗନୱାଡି ମଧ୍ୟକୁ ନାହିଁ ରାସ୍ତା, ଆଣ୍ଠୁଏ କାଦୁଅରେ ଚାଲି ଚାଲି ଯାଉଛନ୍ତି ଛୋଟ ପିଲା

0
ବେତନଟୀ :  କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ଦିଗରେ ଉନ୍ନତି ସାଧନ କରିବା ନିମନ୍ତେ ବିଭିନ୍ନ ଯୋଜନା ମାନ କରୁଥିବା ବେଳେ କେତେକ ସ୍ଥାନରେ ତାହା ସଫଳ ରୂପାୟନ ହେଉଥିବା ବେଳେ ଅନେକ ସ୍ଥାନରେ ତାହା ଠିକ ଭାବରେ ରୂପାୟନ ହେଉ ନ ଥିବାର ପରିଲକ୍ଷିତ ହେଉଛି। ଏହାର ଏକ ଉଦାହରଣ ହେଉଛି ବୈଶିଙ୍ଗା ଥାନା ଅଧୀନ ମେର୍ଦ୍ଦା ପଞ୍ଚାୟତର ବର୍ତ୍ତନା ଗ୍ରାମରେ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର। ଉକ୍ତ କେନ୍ଦ୍ର  ସମ୍ମୁଖରେ  ବର୍ଷା ଦିନ ମାନଙ୍କରେ ବର୍ଷାଜଳ ଜମି ରହୁଥିବାର ଦେଖାଯାଉଛି l ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ହୋଇଯାଉଥିବାରୁ କୋମଳମତି ଶିଶୁମାନେ ବାଧ୍ୟ ହୋଇ ଏହି ପାଣିରେ ପଶି ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବା ଆସିବା କରୁଛନ୍ତି l ପାଣି ଜମି ରହିବାରୁ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଛୋଟ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ପ୍ରଭାବ ପଡୁଛି । ସୂଚନା ଯୋଗ୍ୟ କି ଏହିମାତ୍ର ୨ ମାସ ପୂର୍ବରୁ ୬ଲକ୍ଷ ୭୫ହଜାର ବ୍ୟୟରେ ଏହି ଅଙ୍ଗନବାଡି କେନ୍ଦ୍ରର ପାରିପାର୍ଶ୍ବିକ ଉନ୍ନତିକରଣ ସହିତ ମମତା ଗୃହ ନିର୍ମାଣ, ଶୌଚାଳୟ ନିର୍ମାଣ ଓ ପାଚେରୀ ନିର୍ମାଣ ପ୍ରଭୃତି କାର୍ଯ୍ୟ କରାଯାଇଥିଲା । ହେଲେ ପରିତାପର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ କେନ୍ଦ୍ରରେ  ମୁଖ୍ୟ ଫାଟକ ଲାଗି ପାରିନାହିଁ ଏବଂ ମାଟି ନ ପଡିବା ଯୋଗୁଁ  କେନ୍ଦ୍ର ପରିସରରେ ଆଣ୍ଠୁଏ ପାଣି  ଜମା ରହିଛି l ବିଭିନ୍ନ ଯୋଜନାରେ ଅନ୍ତର୍ଗତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକର ରୁପାନ୍ତରଣ ହୋଇ ରୂପରେଖ ସଂପୂର୍ଣ୍ଣ ବଦଳିଯାଇ ନୂଆ ରୂପରେ ଝଲସୁଥିବା ବେଳେ ବର୍ତ୍ତନାର ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଏହିଭଳି ଅବ୍ୟବସ୍ଥା ପାଇଁ  ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି  l ଏଣୁ ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବା ପାଇଁ ଅଞ୍ଚଳରେ ଦାବୀ ହେଉଛି l
Ad2
Leave A Reply