ବେତନଟୀ : ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ଦୁର୍ଗାପୁର ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଆଗ୍ରିଆ ପଞ୍ଚାୟତର ଦୁର୍ଗାପୁର ଗ୍ରାମ ର ଭାସ୍କର ଦାସ (୬୫) ନିଜ ଘର ପାଖରେ ଥିବା ଏକ ପାନ ଦୋକାନରୁ ଯାଇ ଫେରୁଥିବା ବେଳେ ୧୮ ନଂ ଜାତୀୟ ରାଜପଥ ଉପରେ ବୈଶିଙ୍ଗା ରୁ ବାରିପଦା ଅଭିମୂଖେ ଯାଉଥିବା ବେଳେ ଏକ ଦୃତ ତମ ବାଇକ ସାମ୍ନାପଟୁ ଧକ୍କା ଦେଇଥିଲେ। ଧକ୍କା ଦେଇ ବାଇକ ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବେଳେ ଭାସ୍କର ରକ୍ତାକ୍ତ ଅବସ୍ଥାରେ ରାଜପଥ ଉପରେ ପଡିରହିଥିଲେ। ସ୍ଥାନୀୟ ଲୋକ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ତାଙ୍କୁ ୧୦୮ ଯୋଗେ ବେତନଟୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିବା ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ବୈଶିଙ୍ଗା ଥାନା ଏସଆଇ ସୁମନ୍ତ ସେଠୀ ବେତନଟୀ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଥିଲେ। ଏନେଇ ବୈଶିଙ୍ଗା ଥାନାରେ ୧୭୧/୨୩ ମୂଳେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।