ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ଦିଗାନଗର ଗ୍ରାମରେ ଜନୈକ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ମେରାଇନ୍ ଥାନା ବାଘୁଆମେଦି ଗ୍ରାମ ର ଗୁନା ସିଂ ଙ୍କ ୨୬ ବର୍ଷିୟା ପୁଅ ଦୁରିଆ ବୈଶିଙ୍ଗା ଥାନା ଅନ୍ତର୍ଗତ ଦିଗାନଗର ଗ୍ରାମର ଶୁକୁରା ସିଂ ଙ୍କ ଝିଅ ଶକୁନ୍ତଳାଙ୍କୁ ବିବାହ କରିଥିଲେ । ତେବେ ବର୍ଷେ ହେବ ଦୁରିଆ ଆସି ଶଶୁରଙ୍କ ଘରେ ଦିଗାନଗର ଗ୍ରାମ ରେ ସ୍ତ୍ରୀଙ୍କ ସହ ରହି ଆସୁଥିଲେ। ସବୁ କିଛି ଠିକଠାକ ଚାଲିଥିଲା ବେଳେ ହଠାତ୍ କୈଣସି କାରଣରୁ କାଲି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ଝଗଡ଼ା ହୋଇଥିଲା। ତେବେ ଆଜି ସକାଳେ ଘରେ କେହି ନଥିବା ବେଳେ ଦୁରିଆ ନିଜ ବେକରେ ଦଉଡ଼ି ସାହାଯ୍ୟରେ ଫାଶୀ ଦେଇ ଘର ଛପର ର ଏକ କାଠ ବିମ୍ ରେ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିବା ଜଣାଯାଇଛି। ଏହି ସଂକ୍ରାନ୍ତରେ ବୈଶିଙ୍ଗା ଥାନାରେ ୧୬/୨୩ରେ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜଣାଯାଇଛି।
