Odisha news

ବଡଚଣାରେ କାଳବୈଶାଖି : ଏକ କେଜି ରୁ ଦୁଇକେଜି ଓଜନର ବ୍ୟାପକ କୂଆପଥର ମାଡ,୧୮ରୁ ଉର୍ଦ୍ଧ୍ବ ଆହତ,ଅନେକ ଗାଡି ଜଖମ

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ନାହିଁ ନଥିବା କ୍ଷୟ କ୍ଷତି ହୋଇଛି! ଦିନ ୪ଟା ଠାରୁ ୫ଟା ମଧ୍ୟରେ ବଡଚଣା ବ୍ଳକର ଅଧିକାଂଶ ଅଞ୍ଚଳ ଯଥା ଚଣ୍ଡିଖୋଲ, ଅଣକା,ରାହାଳ,କୁନ୍ଦଳ,ବାଲିଚନ୍ଦ୍ରପୁର,ବାଲିକୁଦି,ସୁଙ୍ଗୁଡା ସମେତ ବ୍ୟାପକ ଅଞ୍ଚଳରେ ପବନ ବର୍ଷା ସାଙ୍ଗକୁ ଭିଷଣ କୂଆପଥର ମାଡ ହୋଇଥିଲା!ମାଡ ହୋଇଥିବା ଗୋଟିଏ ଗୋଟିଏ କୂଆପଥର ଓଜନ ଏକରୁ ଦୁଇ କେଜି ପର୍ଯ୍ୟନ୍ତ ଦେଖାଯାଇଥିଲା! ଏହି କୂଆପଥର ମାଡ ଯୋଗୁଁ ଅଣକା,ରାହାଳ ଓ ବାଲୀକୁଦା ଆଞ୍ଚଳର ୧୮ ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି! ଆହତମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି! ୪ ଜଣଙ୍କ ମୁଣ୍ଡ ଫାଟି ଯାଇଜି! ଅଧିକାଂଶ ଆହତ ମାନଙ୍କୁ ବଡଚଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି@ ଅତର୍କିତ ଭାବେ ଏତେ ଅଧିକ ଓଜନର କୂଆପଥର ବୃଷ୍ଟି ହେବାରୁ ଲୋକେ ଭୟଭିତ ହୋଇପଡିବା ସହ ଏଣେ ତେଣେ ଦୌଡିଥିଲେ! ଏପରିକି ରାସ୍ତାରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା! ଯେଉଁ ଗାଡି ସେ ସମୟରେ ରାସ୍ତାରେ ଚଳାଚଳ କରିଥିଲା କୂଆପଥର ମାଡରେ ସେଥିରୁ ବହୁ ଗାଡିର କାଚ ଭାଙ୍ଗିଯାଇଥିବା ଦେଖା ଯାଇଛି! ଏପରି ଭୟଙ୍କର କୂଆପଥର ବୃଷ୍ଟି ଆଗରୁ କେବେ ଦେଖି ନଥିବା ବହୁ ବୟସ୍କ ବ୍ୟକ୍ତି ପ୍ରକାଶ କରିଛନ୍ତି!

Nalco
Leave A Reply