ବେତନଟୀ : ବେତନଟୀ ବ୍ଲକ ଅଧୀନ ମୁନିଲାଲ ହାଇସ୍କୁଲ, ଖୁଣ୍ଟାପୁର ହାଇସ୍କୁଲ ଏବଂ ଷଠିଲୋ ହାଇସ୍କୁଲରେ ୭ତାରିଖ ଓ ୮ତାରିଖରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବିଦ୍ୟାଳୟ ମାନଙ୍କର ପ୍ରଧାନଶିକ୍ଷକ ଓ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ନେଇ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଦହିକୋଟୀ ଏବଂ ସଇତପୁର ହାଇସ୍କୁଲରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କୃମି ରୋଗ ସମ୍ବନ୍ଧରେ ସଚେତନ କରାଯାଇଥିଲା। କୃମି ରୋଗର ନିରାକରଣ ନିମନ୍ତେ ଔଷଧ ସେବନର ପ୍ରଣାଳୀ ଏବଂ ତାର ଉପକାରିତା ଓ ଅପକାରିତା ସମ୍ପର୍କରେ ନିର୍ଦ୍ଦିଷ୍ଟ ଜ୍ଞାନ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଡ଼. ଜୟଦେବ ପଣ୍ଡା, ଡ଼. ସୁରଜିତା ମହାନ୍ତି, ଡ଼. ମହେଶ୍ଵର ଦାସ, ଏବଂ ଫାର୍ମାସିଷ୍ଟ ପ୍ରମୋଦ ମହାନ୍ତ ଙ୍କ ଉପସ୍ଥିତି ରେ ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ, କର୍ମଚାରୀ ସହଯୋଗ କରିଥିଲେ।ଏ ନେଇ ଉଭୟ ହାଇସ୍କୁଲରେ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଇ କୃତି ଛାତ୍ର/ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
