Odisha news

କୃଷିଜୀବି ମହିଳାଙ୍କ ଜୀବିକା ବିକାଶ କର୍ମଶାଳା

0

ସାକ୍ଷୀଗୋପାଳ ତା ଭାରତୀୟ  କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଆନୁକୂଲ୍ୟରେ କୃଷି ମହିଳା ମାନଙ୍କ ଜୀବିକା ବିକାଶ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ତଫସିଲଭୁକ୍ତ ଜାତି ମହିଳା ମାନଙ୍କ ଆର୍ଥିକ ବିକାଶ ନିମନ୍ତେ ସ୍ଥାନୀୟ ବିଦ୍ୟାଧର ପୁର ପଞ୍ଚାୟତ ର ଗୁଆଳିଗୋରଡା ସ୍ଥିତ ଦଳିତ ବିକାଶ ସମିତି ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସତ୍ୟବାଦୀ ପଞ୍ଚାୟତ ସମିତି ଅଧକ୍ଷ ସୁନିଲ କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ନିର୍ଦ୍ଧେଶିକା ଡ଼. ମୃଦୁଳା ଦେବି ଯୋଗ ଦେଇଥିଲେ |

ଅନ୍ୟତମ ଅତିଥି ଭାବରେ ପ୍ରଧାନ ବୈଜ୍ଞାନିକ ଡ଼. ଅରୁଣ କୁମାର ପଣ୍ଡା, ବରିଷ୍ଠ ବୈଜ୍ଞାନିକ ପ୍ରବୀଣ ଝାକଡ଼, ବିଭାଗୀୟ କୃଷି ଯନ୍ତ୍ରୀ ପ୍ରଗତି କିଶୋର ରାଉତ, ସ୍ଥାନୀୟ ସରପଞ୍ଚ ଦୁଃଶାସନ ପ୍ରଧାନ ଙ୍କ ସହିତ ସରପଞ୍ଚ ଦୀପା ବେହେରା, ଗାୟତ୍ରୀ ମହାପାତ୍ର ଓ ସମିତି ସଭ୍ୟା ଝରଣା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ |ଦଳିତ ମହିଳା ମାନଙ୍କ ଆର୍ଥିକ ବିକାଶରେ ଉନ୍ନତି ଆଣିବା ଲକ୍ଷ ନେଇ ଶୁଭଶ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଧାନ ବାଡିଆ ସହିତ ଉଡେଇବା, ମକା ଓ ଚିନାବାଦାମ ଛଡ଼େଇବା, ବିହନ ବିଶୋଧନ ଏବଂ ଘାସ ବାଛିବା ଯନ୍ତ୍ର ବିନା ମୂଲ୍ୟରେ ଯୋଗାଇ ଦିଆଯାଇ ଏକ ଏମ ଓ ୟୁ ସ୍ଵାକ୍ଷରିତ ହୋଇଥିଲା |

ବିଭାଗୀୟ ବୈଜ୍ଞାନିକ ମାନେ କୃଷି କର୍ମଣ ଯନ୍ତ୍ର ଗୁଡିକର ବ୍ୟବହାର ଓ କାର୍ଯ୍ୟକାରିତା ସମ୍ପର୍କରେ ଗୋଷ୍ଠୀ ମହିଳା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ |ଦଳିତ ବିକାଶ ସମିତି ସମ୍ପାଦକ ପଦ୍ମଚରଣ ସେଠି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସିଆରପି ତିଳୋତ୍ତମା ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସଭାପତି ରିନାମଣି ଭୋଇ, ସମ୍ପାଦିକା ମଞ୍ଜୁଲତା ସେଠି ଙ୍କ ସହିତ ସମସ୍ତ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ |

Nalco
Leave A Reply