Odisha news

ରାଜ୍ୟ ସରକାର ଗହମ ନ ଯୋଗାଇବାରୁ ଅଙ୍ଗନୱାଡ଼ିରେ ଛତୁଆ ବନ୍ଦ

0

ବେତନଟୀ : ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ପ୍ରତି ସରକାର କେତେ ତତ୍ପର ତାହା ସରକାରଙ୍କ କାର୍ଯ୍ୟକଳାପ ରୁ ଜଣାପଡିଛି । ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପ୍ରତ୍ୟେକ ବ୍ଳକରେ ଛତୁଆ ପ୍ରସ୍ତୁତ କରି ପ୍ରତି ଅଙ୍ଗନୱାଡ଼ିରେ ଆବଶ୍ୟକ ମୁତାବକ ପହଞ୍ଚାଇବାକୁ କେତେକ ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ଦାୟିତ୍ଵ ଦିଆଯାଇଛି। ମାତ୍ର ଫେବୃଆରୀ ମାସର ୧୦ ଦିନ ବିତିଯିବା ପରେ ବେତନଟୀ ବ୍ଲକ ଅଧୀନରେ ଥିବା କୌଣସି ଅଙ୍ଗନବାଡ଼ି କୁ ଛତୁଆ ପହଞ୍ଚି ନ ଥିବାର ଜାଣିବାକୁ ମିଳିଥିଲା।ଏଥିପାଇଁ ଛତୁଆ ପ୍ରସ୍ତୁତକାରୀ ସଂପୃକ୍ତ ଏସ.ଏଚ.ଜି. ଗୋଷ୍ଠୀଙ୍କ ସହିତ ଯୋଗାଯୋଗ କରାଯିବାରେ ଉତ୍ତର ମିଳିଲା ଯେ ସରକାର ଗହମ ଯୋଗାଇ ନାହାନ୍ତି ଏଣୁ ଚଳିତ ମାସ ଛତୁଆ ପ୍ରସ୍ତୁତ ହୋଇପାରିନାହିଁ। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଯେ ଗହମ ବ୍ୟତୀତ ବୁଟ, ଚିନାବାଦାମ, ଗୁଡ଼, ସୁଜି, ଚିନି, ଅମୂଲ ପାଉଡର ର ମଧ୍ୟ କଣ ଅଭାବ ଅଛି କି? ଏ ସବୁର ଉତ୍ତର ଦେବ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପାଇଁ ବେତନଟୀ ବ୍ଲକ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଙ୍କୁ ବାରମ୍ଵାର ଫୋନ ଯୋଗେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ। ଏହାପରେ ସୁପରଭାଇଜରଙ୍କୁ ଯୋଗା ଯୋଗ କରାଯିବା ପରେ ସେ କହିଲେ ମୟୂରଭଞ୍ଜକୁ ଗହମ ଆସିନାହିଁ ତେଣୁ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ପଠାଯାଇ ପାରିନାହିଁ । ସବୁଠୁ ବଡ କଥା ହେଉଛି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ମହିଳା ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା କ୍ଷେତ୍ରରେ ସରକାରଙ୍କର ଏହି ବିମୁଖ କାର୍ଯ୍ୟାବଳୀ କାହିଁକି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ କେତେକ ମହିଳା ଗୋଷ୍ଠୀ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଖବର ମିଳିଛି।

Nalco
Leave A Reply