Odisha news

କଦଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0

ବେତନଟୀ  : ବୈଶିଙ୍ଗା ଥାନା ଅନ୍ତର୍ଗତ କଦଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ତଥା କରୁଣାକର ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଗୋପାଳ ଚନ୍ଦ୍ର ସେନାପତି ଯୋଗଦାନ କରି ଆଜିର ଛାତ୍ରଛାତ୍ରୀ ଆଗାମୀ କାଲିର ରାଷ୍ଟ୍ରର କର୍ଣ୍ଣଧାର ଏବଂ ଏହିମାନଙ୍କୁ ସୁନାଗରିକ ଭାବେ ଗଢ଼ି ତୋଳିବାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ପିତା ମାତାଙ୍କର ଗୁରୁ ଦାୟିତ୍ୱ ଅଛି ବୋଲି ବକ୍ତବ୍ୟରେ କହିଥିଲେ l ସେହିଭଳି ସମ୍ମାନୀୟ ଅତିଥି ଭାବରେ ମୀନକେତନ ସ୍ୱାଇଁ,  ଗିରିଶ ଚନ୍ଦ୍ର ପାଣି, ରମାକାନ୍ତ ମହାନ୍ତ ଓ ରତିକାନ୍ତ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରିୟନାଥ ପାଣି, ପରିଚାଳନା କରିଥିଲେ l ପରେ ବିଭିନ୍ନ ପ୍ରତିଯୋଗିତାରେ ବିଦ୍ୟାଳୟର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା l ଏହାପରେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ପଦ୍ମିନୀ ବିଶ୍ୱାଳ, ମାନମୟୀ ସେଠୀ, ଶ୍ରଦ୍ଧାଞ୍ଜଳି କୁହ୍ଲାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Nalco
Leave A Reply