ଢ଼େଙ୍କିକୋଟ ତା ୬. ୨. ୨୩ : ଘଟଗାଁ ଥାନା ଅନ୍ତର୍ଗତ ମହୁଲଗାଡିଆ ଗ୍ରାମରେ ଆଜି ଯୁବକ ଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ଯୁବକ ଖଣ୍ଟଘର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତୁଳସୀ ନାୟକ ଙ୍କ ପୁଅ ଆଲୋକ ନାୟକ (୨୦) ବୋଲି ଜଣାପଡିଛି। ତାଙ୍କୁ ଗତ ରାତିରେ ଢେଙ୍କିକୋଟ ପେଟ୍ରୋଲ ପମ୍ପ ନିକଟରୁ ପୋଲିସ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତକର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର କୁ ହସ୍ତାନ୍ତର କରିଛି
