Odisha news

ବେତନଟୀ : ଅଭିନବ ଉପାୟରେ ଗ୍ୟାସ ଟାଙ୍କି ଚୋରି

0

ବେତନଟୀ : ବେତନଟୀ ଥାନା ଅଧୀନ ବୁଢ଼ୀଖମାରୀ ପଞ୍ଚାୟତର ରାଧିକାଶୋଳ ଗ୍ରାମର ଦୁଖିଆ ହାଁସଦା ଓ ବାର୍ଣ୍ଣି ମାରାଣ୍ଡିଙ୍କ ଘରୁ ଠକ ମାନେ ଗ୍ୟାସ ସିଲିଣ୍ଡର ଅଭିନବ ଉପାୟରେ ଚୋରି କରି ନେଇ ଥିବାର ଜଣା ପଡିଛି । ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ଗ୍ରାମରେ ପହଞ୍ଚି ଥିଲେ ଓ ନିଜକୁ ଗ୍ୟାସ ଏଜେନ୍ସିର ଲୋକ ବୋଲି ପରିଚୟ ଦେଇ ଥିଲେ ।

ତୁମର ଗ୍ୟାସ ଟାଙ୍କି ଖରାପ ହୋଇ ଯାଇଛି, ସେଗୁଡିକ ଘରେ ରଖିଲେ ବିପଦ ରହିଛି ବୋଲି ବୁଝାଇ ଗ୍ୟାସ ଟାଙ୍କି ଗୁଡିକ ମାଗି ଥିଲେ । ଏଗୁଡିକୁ ବଦଳାଇ ଆମ୍ଭେ ନୂତନ ଟାଙ୍କି ଆଣି ଦେବା କହି ଠକ ଯୁବକ ଦ୍ୱୟ ଗ୍ୟାସ ଟାଙ୍କି ନେଇ ଯାଇ ଥିଲେ । ପରେ ସଂପୃକ୍ତ ବ୍ୟକ୍ତି ଗ୍ୟାସ ଏଜେନ୍ସି ସହିତ ଯୋଗାଯୋଗ କରିବା ପରେ ଏଜେନ୍ସି କୌଣସି ବ୍ୟକ୍ତିଙ୍କୁ ଗ୍ୟାସ ଟାଙ୍କି ଆଣିବାକୁ ପଠାଇ ନାହିଁ ବୋଲି କହିବାରୁ ଘଟଣା ଜଣା ପଡି ଥିଲା । ଏପରି ଠକ ମାନଙ୍କ ପ୍ରତି ସାବଧାନ ରହିବାକୁ ଜନ ସାଧାରଣଙ୍କୁ ସତର୍କ କରି ଦିଆ ଯାଇଛି ।

Leave A Reply