Odisha news

ଖୋର୍ଦ୍ଧା ସହରରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ; ଗୁରୁଜଙ୍ଗ ଟାଙ୍ଗି ସାହି ଅଂଚଳକୁ ନିଷେଦ୍ଧାଂଚଳ ଘୋଷଣା

0

ଖୋର୍ଦ୍ଧା :  ଜିଲ୍ଲାର ଖୋର୍ଦ୍ଧା ଉପଖଣ୍ଡ ଅଚଂଳରେ୨୮ତାରିଖ ଦିନ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଲେଖାଏଁ ଖୋର୍ଦ୍ଧା ପୌରପରିଷଦ ଏବଂ ବାଲୁଗାଁ ଅଚଂଳରୁ ଚିହ୍ନଟ ହୋଇଥିବାବେଳେ ବାଣପୁର ବ୍ଲକରୁ ଦୁଇ ଜଣ କରୋନା ସଂକ୍ରମଣ ରୋଗୀ ଚିହ୍ନଟ ହୋଇଥିବାର ଜଣାପଡିଛି ।  ପ୍ରଶାସନିକ ସୂଚନା ମୁତାବକ  ରବିବାର  ଦିନ ମହାମାରୀ କରୋନା ସଙ୍କ୍ରମଣ ତାଲିକାରେ ପୁନର୍ବାର ଯୋଡି ହୋଇଯାଇଛି ଖୋର୍ଦ୍ଧା ସହର । ପୌରପରିଷଦ ଅନ୍ତର୍ଗତ ୧୭ ନଂ ୱାର୍ଡ  ଅଧିନରେ ଥିବା  ଗୁରୁଜଙ୍ଗ ଟାଙ୍ଗି ସାହି  ଅଂଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପୂର୍ବରୁ ନବିନା ବାଗ ଅଚଂଳରୁ ଦୁଇ ଜଣ ଏବଂ ଗୁରୁଜଙ୍ଗ ଅଚଂଳରୁ ଜଣେ ଚିହ୍ନଟ ହୋଇଥିବା ବେଳେ ପୁର୍ଣ୍ଣର୍ବାର ଗୁରୁଜଙ୍ଗ ଅଚଂଳରୁ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ବର୍ତମାନ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଚିଂଛି । ରବିବାର ଚିହ୍ନଟ ହୋଇଥିବା ୭୪ ବର୍ଷିୟ ମହିଳା ଆଙ୍କ୍ରାନ୍ତ ବ୍ୟକ୍ତି ଜଣକ  ବ୍ରହ୍ମପୁରରୁ କିଛି ଦିନ ତଳେ ଘରକୁ ଫେରିଥିବା ବେଳେ ଗୁରୁଜଙ୍ଗ ଟାଙ୍ଗି ସାହି ସ୍ଥିତ ନିଜ ଘରେ ସଂଘରୋଧରେ ରହୁଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ନମୂନା ପଜିଟିଭ୍ ଆସିବା ପରେ ସମ୍ପୃକ୍ତ ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷିଦ୍ଧାଂଚଳ ଭାବରେ ଘୋଷଣା କରାଯାଇଥିବାର ଜିଲ୍ଲାପାଳ ସିତାଂଶୁ ରାଉତ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ଶ୍ରୀ ରାଉତ ଆଜି  ସମ୍ପୃକ୍ତ  ଗୁରୁଜଙ୍ଗ ଟାଙ୍ଗି ସାହି ଅଂଚଳକୁ ଚଳିତ ମାସ୨୮ତାରିଖ ପୂର୍ବାହ୍ନ ୧୧ଘଟିଂକା ଠାରୁ ଜୁଲାଇ ମାସ ୧ତାରିଖ ପୂର୍ବାହ୍ନ  ୧୧ଘଟିଂକା  ପର୍ଯ୍ୟନ୍ତ ନିଷେଦ୍ଧାଂଚଳ ଭାବେ ଘୋଷଣା କରିଛନ୍ତି । ପୋ÷ରପରିଷଦର ୱାର୍ଡ଼ ନଂ ୧୭ ଅଧିନ  ଗୁରୁଜଙ୍ଗ ଟାଙ୍ଗି ସାହିର ସମ୍ପୃକ୍ତ  ଆକ୍ରାନ୍ତଙ୍କ ଘର ନିକଟ ସୁନ୍ଦରି ପାତ୍ରଙ୍କ ଘର ଠାରୁ ଇନ୍ଦ୍ରମଣୀ ଦାସଙ୍କ ଘର ନିକଟ ସୁକାନ୍ତ ଦାସଙ୍କ ଘର ପର୍ଯ୍ୟନ୍ତ  ସମସ୍ତ ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇଛି । ଉକ୍ତ ଅଂଚଳରେ ବାହାର ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରୀ କରାଯାଇଛି । ଏହି ଅଂଚଳରୁ କେହି ବାହାରକୁ ଯାଇପାରିବେ ନାହିଁ କି ବାହାରୁ କେହି ଆସିପାରିବେ ନାହିଁ ବୋଲି କଟକଣା ଜାରୀ ହୋଇଛି । ସମ୍ପୃକ୍ତ ଅଂଚଳରେ ବସବାସ କରୁଥିବା ବ୍ୟକ୍ତିମାନଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିସହିତ ଉକ୍ତ ଅଂଚଳରେ ଥିବା ସମସ୍ତ ସରକାରୀ, ବେସରକାରୀ, ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ତୁରନ୍ତ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ନାମା ଜାରି କରାଯାଇଛି ।

Leave A Reply