Odisha news

ଡିଏମୟୁ ଟ୍ରେନ୍ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

0
ବେତନଟୀ/ବୈଶିଙ୍ଗା : -ଛେଳି ଚରାଇବାକୁ ଆସିଥିବାବେଳେ ଡିଏମୟୁ ଟ୍ରେନ୍ ଧକ୍କାରେ ମଛପଦା ଗ୍ରାମର ଜନୈକ ବୃଦ୍ଧାଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁସାରେ ବୈଶିଙ୍ଗା ଥାନା ସନ୍ତରା ପଞ୍ଚାୟତ ଅଧୀନ ମଛପଦା ଗ୍ରାମ ର ସ୍ଵର୍ଗତଃ ପୁଣ୍ଟିଆ ସାହୁଙ୍କ ପତ୍ନୀ ଉଷାମଣୀ ସାହୁ (୮୪) ପୂର୍ବାହ୍ନ ସମୟରେ ଛେଳି ଚରାଇବା ପାଇଁ ଗ୍ରାମ ପାଖଦେଇ ଯାଇଥିବା ରେଳ ଧାରଣ ପାଖ ବିଲକୁ ଯାଇଥିଲେ। ଛେଳି ଚରାଉଥିବାବେଳେ  ରେଳ ଧାରଣା ପାଖରେ ବସି ଛେଳି ଗୁଡ଼ିକୁ ଜଗି ରହିଥିଲେ।ସେହି ସମୟରେ ରୂପସାରୁ ବାଙ୍ଗିରିପୋଷି ଅଭିମୂଖେ ଆସୁଥିବା ଡିଏମୟୁ ଟ୍ରେନ ସମ୍ମୁଖକୁ ଆସିଯିବା ଯୋଗୁଁ ଘଟଣାସ୍ଥଳରେ ବୃଦ୍ଧା ଉଷାଙ୍କର ମୃତ୍ୟୁ ଘଟିଥିଲେ। ପରିବାର ଲୋକେ ଖବର ପାଇ ରେଳଧାରଣା ନିକଟରୁ ମୃତ ଶରୀରକୁ ଉଦ୍ଧାର କରି ଗ୍ରାମ ମଶାଣିରେ ଅନ୍ତ୍ଯୋଷ୍ଟି କ୍ରିୟା କରିଥିଲେ। ବାଲେଶ୍ଵର ଜିଆରପି ତରଫରୁ ଏହି ଘଟଣାକୁ ନେଇ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ତାଙ୍କର ଚାରିପୁଅ ଥିବା ବେଳେ ବୟସାଧିକ ହେବା ହେତୁ ତାଙ୍କୁ ଭଲ ଭାବରେ ଶୁଣାଯାଉ ନ ଥିବା ଜନୈକ ଗ୍ରାମବାସୀଙ୍କଠାରୁ ପ୍ରକାଶ।
Nalco
Leave A Reply