ବେତନଟୀ/ବୈଶିଙ୍ଗା : ସ୍ଵାର୍ଥପର ମଣିଷ ସ୍ଵାର୍ଥ ହାସଲ କରି ଆସହାୟ ପୋଷା ଜୀବଜନ୍ତୁଙ୍କ ପ୍ରତି ନିଜର କର୍ତ୍ତବ୍ୟ ଭୁଲି ଯାଇଥାଏ। ନିଜର ଆତ୍ମ କଥା କୁ ନିଆ ଗଲେ ” ମୁଁ କି ଭୁଲ୍ କରିଥିଲି ମୋତେ କାହିଁକି ପରକରି ଚାଲିଗଲ। ମୁଁ ସୁସ୍ଥ ଥିବାବେଳେ ମୋରି ପିଠିରେ ବସାଇ ସାଙ୍ଗ ହୋଇ ଆମେ କେତେ ବୁଲିଛେ।ଆଜି ମୋ ଗୋଡ଼ରେ ଘାଆ ହୋଇଗଲା ବୋଲି ମୋତେ ବୁଲେଇବାକୁ ଆଣି ରାସ୍ତା ମଝିରେ ଛାଡିଚାଲିଗଲ। କେମିତି ଏତେ ନିଷ୍ଠୁର ହେଇପାରିଲ” । ଏ କଥାଟି ଆମେ କହୁନୁ,ଏକଥାଟି କହୁଛି ଆପଣ ଦେଖୁଥିବା ଏକ ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇଥିବା ଘୋଡାଟି। ଦର୍ଶକ ବନ୍ଧୁ ଆପଣ ଦେଖୁଥିବା ଘଟଣାଟି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ୧୮ନଂ ଜାତୀୟ ଗଡ଼ଦେଉଳିଆ ଛକ ନିକଟରେ ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଘୋଡା ମାଲିକ ସୋମବାର ଦିନ ଘୋଡାଟିକୁ ନେଇଯାଉଥିବାର ଦେଖିଛନ୍ତି। କିନ୍ତୁ କିଛି ସମୟର ବ୍ୟବଧାନରେ କେବଳ ଘୋଡାଟି ବିଚରଣ କରୁଥିବା ଦେଖିବାକୁ ପାଇଥିଲେ। ସଂନ୍ଧ୍ୟା ପର୍ଯ୍ୟନ୍ତ ମାଲିକ ଘୋଡା ନିକଟକୁ ନ ଆସିବାରୁ ଘୋଡାଟି ଗାଁ ମଝିକୁ ପଳାଇ ଆସିଥିଲା।ଗ୍ରାମ ଲୋକେ ଘୋଡାଟିକୁ ଦେଖି ଏବଂ ଘୋଡ଼ାର ବାମପାର୍ଶ୍ୱ ପଛ ଗୋଡ଼ରେ ଘାଆ ହୋଇଯାଇଥିବାର ଦେଖି ମାଲିକ ଛାଡିଦେଇ ପଳାଇଥିବାର ଅନୁମାନ କରିଥିଲେ।ଘୋଡାଟି ଏଣେତେଣେ ଘୁରିବୁଲୁଥିବା ବେଳେ ବୁଧବାର ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତି ଘୋଡାଟିକୁ ବାନ୍ଧି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଖବରପାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଘଟଣା ସ୍ଥଳକୁ ପହଞ୍ଚି ନାହାନ୍ତି କି କିଛି ପଦକ୍ଷେପ ନେଇନଥିବା ଜଣାଯାଇଛି। ଏହି ଘଟଣାଟି କ୍ରୁର ମାନସିକତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି।
