Odisha news

ବେତନଟୀ ପ୍ରାଥମିକ ବିଦ୍ୟାଳୟରେ “ମୋ ସ୍କୁଲ ଅଭିଯାନ”

0

ବେତନଟୀ, ୩୧/୧୨ : ଆଜି ୧୯୫୦ ମସିହାରେ ସ୍ଥାପିତ ବେତନଟୀ ପ୍ରାଥମିକ ବିଦ୍ୟାଳୟରେ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାର ଜଣା ପଡିଛି । ପୂର୍ବତନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ସ୍କୁଲର ଉନ୍ନତି ଉପରେ ଆଲୋଚନା କରି ଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ତଥା ବରିଷ୍ଠ ନାଗରିକ ସଂଘର ସଭାପତି ଆଡଭୋକେଟ ହିମାଂଶୁ କୁମାର ପରିଡା, ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକ, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ହରପ୍ରିୟା ପଟ୍ଟନାୟକ, ଆଡଭୋକେଟ ଅଶୋକ କୁମାର ଘୋଷ, ଅର୍ଣ୍ଣବ ଘୋଷ, ପ୍ରଧାନ ଶିକ୍ଷକ ରମାକାନ୍ତ ମହାନ୍ତ, ସିଆରସିସି ବେତନଟୀ ସରପଞ୍ଚ ଦୁଃଖିଆ ମୁର୍ମୁ, ଏକାଠି-୮୯ର ସମ୍ପାଦକ ତପନ ପରିଡା, ମାନସ କୁମାର ବିନ୍ଧାଣୀ, ବେତନଟୀ ଓକିଲ ସଂଘର ସମ୍ପାଦକ ଆଡଭୋକେଟ ପ୍ରବୀର କୁମାର ବାରିକ, ସହସମ୍ପାଦକ ଆଡଭୋକେଟ ଦେବବ୍ରତ ପରିଡା, ସିଆରସିସି ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍କୁଲର ଉନ୍ନତି ପାଇଁ ଗଠିତ କମିଟୀର ସଭାପତି ଭାବେ ସରପଞ୍ଚ ଦୁଃଖିଆ ମୁର୍ମୁ ଓ ସମ୍ପାଦିକା ଭାବେ ପ୍ରଧାନ ଶିକ୍ଷୟତ୍ରୀ ଆଜିଜୁନ ନିଶାଙ୍କୁ ଦାୟୀତ୍ୱ ପ୍ରଦାନ କରା ଯାଇଛି ।

Leave A Reply