Odisha news

ଅଙ୍ଗନୱାଡି କେନ୍ଦ୍ରରେ ଅବ୍ୟବସ୍ଥା

0

ବେତନଟୀ : କେନ୍ଦ୍ର ସରକାରଙ୍କ ସିଂହଭାଗ ଅନୁଦାନ ସହିତ ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲିଥିବା ଶିଶୁ ବିକାଶ ଯୋଜନାର ସୁଫଳ ଛୋଟ ଶିଶୁମାନଙ୍କ ପାଇଁ ଯାହା ପ୍ରଯୁଜ୍ୟ ତାହା ସଠିକ ଭାବେ ବେତନଟୀ ବ୍ଲକର କୈାଣସି ଅଙ୍ଗନୱାଡି କେନ୍ଦ୍ର ଓ ଉପକେନ୍ଦ୍ରମାନଙ୍କରେ ପହଞ୍ଚୁନଥିବା ଅଭିଯୋଗ ହୋଇଛି । ଏପରିକି ଅଙ୍ଗନୱାଡି କେନ୍ଦ୍ର ଓ ଉପେକେନ୍ଦ୍ରମାନଙ୍କରେ ତାହା ମଧ୍ୟ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ସଂଯୋଜକ ବା ପରିଦର୍ଶନ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଦ୍ବାରା ସଂପାଦନ କରାଯାଉନଥିବା ଏବଂ ଅଭିଯୋଗ ଗ୍ରାମବାସୀ ବା ଅଭିଭାବକ ମାନେ କଲେ ଏହାକୁ ନେଇ ଗାଁରେ ବିବାଦ ସହିତ ଗଣ୍ଡଗୋଳ ମାଲି ମାଢଲା ହେବା ଭଳି ଘଟଣା ବଢ଼ିଚାଲିଥିବାବେଳେ ଦେଖାଯାଉଛି ।

ସରକାରୀ କର୍ତ୍ତୃପକ୍ଷ ବ୍ଲକ ଠାରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ସରପଞ୍ଚ ବା ଉପଜିଲ୍ଲାପାଳ ମଧ୍ୟ ଅଙ୍ଗନୱାଡି କେନ୍ଦ୍ରର ସୁପରିଚାଳନା ଲାଗି  ଆଦ୍ଉ ଗୁରୁତ୍ବ ଦେଉନଥିବା ଯୋଗୁଁ ଅଙ୍ଗନୱାଡି କେନ୍ଦ୍ରମାନଙ୍କର କର୍ମୀମାନେ ରାଜନୈତିକ ପୃଷ୍ଠପୋଷକତା ହାସଲ କରି ଅଭିଭାବକ ବା ଗ୍ରାମବାସୀଙ୍କ ଅଭିଯୋଗ ପତ୍ର ଭୃକ୍ଷେପ ମଧ୍ୟ କରିନଥାନ୍ତି । ବରଂ ଶିଶୁ ଖାଦ୍ୟ ଠାରୁ ଅନ୍ୟାନ୍ୟ ସାମଗ୍ରୀ ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନେ ବର୍ଷ ବର୍ଷ ଧରି ହଡ଼ପ ଓ ବାଟ ମହାରଣା କରିଚାଲିଛି ବା ଏହି ବ୍ଲକରେ ଅତି ସାଧାରଣ କଥା ହୋଇଯାଇଛି ।

ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ଏହି ବ୍ଲକରେ ଏହା କେବଳ କାଗଜପତ୍ର ଓ ଫାଇଲରେ ଚାଲିଥିବା ଦେଖାଯାଇଛି । ସେହିପରି ପାଟଲିପୁରା ଗ୍ରାପ ଅଧିନସ୍ଥ ଖଣ୍ଡଦେଉଳା ଏବଂ ଯୁଗଳ ଗ୍ରାପ ଅଧିନସ୍ଥ ଉଦିପୁରା ଅଙ୍ଗନୱାଡି କେନ୍ଦ୍ରର ଅବସ୍ଥା ବିଷୟରେ ଯଦି ଅନୁଧ୍ୟାନ କରାଯାଏ ଏହି କେନ୍ଦ୍ରମାନଙ୍କ ପରି ଅନ୍ୟ ୩ଶହ କେନ୍ଦ୍ରରେ ବି ଅର୍ଦ୍ଧେକ ଖାଦ୍ୟ ସାମଗ୍ରୀ ଠାରୁ ପାଠପଢ଼ା ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ଚାଲିଛି ।

ଖଣ୍ଡଦେଉଳା ଅଙ୍ଗନୱାଡି କେନ୍ଦ୍ର ପରି  ଅନେକ କେନ୍ଦ୍ରରେ ନିଜସ୍ଵ କେନ୍ଦ୍ରର ଗୃହ ନ ଥିବାରୁ କେନ୍ଦ୍ରର କର୍ମୀମାନେ ସମସ୍ତ ସାମଗ୍ରୀ ନିଜ ଘରେ ରଖିଥାନ୍ତି । ଏହି ବ୍ଲକରେ ଖେଳନା ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲେ ବି ତଦନ୍ତ ବା କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରାଯାଉଥିବାର ଦୃଷ୍ଟାନ୍ତ ନାହିଁ । ଏହି ଗାଆଁରେ ଥିବା ନୋଡାଲ ସ୍କୁଲ୍ ଘର ଗୁଡ଼ିକ ଛାତ୍ର ସଂଖ୍ୟା କମ ଥିବାରୁ ଖାଲିପଡିଥିଲେ ବି ଗାଁ ଲୋକଙ୍କ ଦାବି ସତ୍ତ୍ୱେ ଅଙ୍ଗନୱାଡି କେନ୍ଦ୍ର ଏଠାକୁ ସ୍ଥାନାନ୍ତର ନ ହୋଇ କର୍ମୀଙ୍କ ନିଜ ଘରେ ଚାଲିଥିବା ଦେଖାଯାଇଛି ।

ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ କାର୍ଯ୍ୟରତ କର୍ମୀମାନେ ଗାଁ ଲୋକଙ୍କୁ ତଥା ପରିଚାଳନା କମିଟିକୁ ଭୁଲ୍ ତଥ୍ୟ ଦେବା ସହିତ କରୋନା କଟକଣା ପାଇଁ ଆବଶ୍ୟକ ସାମଗ୍ରୀ ଆସୁନଥିବା କହି ଅଭିଭାବକଙ୍କୁ ଫାଙ୍କୁଥିବା ଅଭିଯୋଗ ହେଉଛି । ସରଳ ନିଷ୍କପଟ ଶିଶୁମାନଙ୍କୁ ପ୍ରାକ ଶୈଶବ କାଳରୁ ଶିକ୍ଷାଦାନ ସହିତ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହୋଇଥିଲେ ବି ବ୍ଲକସ୍ତର ଠାରୁ ଅଙ୍ଗନୱାଡି କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତେ ବାଟମାରଣା ଚଳାଇ ସରକାରୀ ଯୋଜନାକୁ ଏହି ବ୍ଲକରେ ଭଣ୍ଡୁର କରିଥିଲେ ବି ଜିଲ୍ଲା ଅଧିକାରୀ ନୀରବ ଦ୍ରଷ୍ଟା ସାଜିଥିବାରୁ ଏହା ଯେ ବିଫଳ ହେବାକୁ ବସିଛି । ଏହା କ୍ରମଶଃ ପ୍ରମାଣିତ ହୋଇସାରିଛି ।

Leave A Reply