Odisha news

ନ୍ୟାସନାଲ ୟୁଥ ଅର୍ଗାନାଇଜେସନ, ବିଧାୟକ ବଡସାହି, ଆମ ଓଡିଶା ରକ୍ତଦାନ ଶିବିର : ୩୮ ୟୁନିଟ ରକ୍ତ ସଂଗୃହୀତ : କେବଳ କରୋନା ସମୟରେ ବିଧାୟକଙ୍କ ଦ୍ୱାରା ୨୫ତମ ରକ୍ତଦାନ ଶିବିର ଆୟୋଜନ କରା ଯାଇ ଥିବାରୁ ଦେବଦୂତର ଆଖ୍ୟା ଦେଲେ ସାଂସଦ ବିଶେଶ୍ୱର ଟୁଡୁ

0

ବେତନଟୀ  : ଆଜି ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଟୋଲ ଫାଟକ ନିକଟରେ ନ୍ୟାସନାଲ ୟୁଥ ଅର୍ଗାନାଇଜେସନ ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଥିଲା । କେବଳ କରୋନା ସମୟରେ ନ୍ୟାସନାଲ ୟୁଥ ଅର୍ଗାନାଇଜେସନ ଦ୍ୱିତୀୟ ଥର ପାଇଁ ରକ୍ତଦାନ ଶିବିର ଆୟୋଜନ କରି ଥିବାର ଜଣା ପଡିଛି । ନ୍ୟାସନାଲ ୟୁଥ ଅର୍ଗାନାଇଜେସନର ସଭାପତି ଶାନ୍ତନୁ ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମଟିର ସଫଳ ଆୟୋଜନ ପାଇଁ ଅର୍ଗାନାଇଜେସନର ସଦସ୍ୟ ବୃନ୍ଦ, ବଡସାହି ବିଧାୟକ ସନାତନ ବିଜୁଳି, ବିଜେପି କର୍ମୀ ଓ ବିଧାୟକଙ୍କ ସମର୍ଥକ ମାନଙ୍କର ମୁଖ୍ୟ ଭୂମିକା ଥିବାର ଜଣା ପଡିଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୟୂରଭଞ୍ଜ ସାଂସଦ ଇଂ. ବିଶେଶ୍ୱର ଟୁଡୁ ଏହାକୁ ଉଦଘାଟନ କରି ଥିଲେ ।

ବଡସାହି ବିଧାୟକ ସନାତନ ବିଜୁଳି ତାଙ୍କର କର୍ମୀ ଓ ସମର୍ଥକ ମାନେ କେବଳ କରୋନା ସମୟରେ ୨୫ଟି ରକ୍ତଦାନ ଶିବିର ଆୟୋଜନ କରି ବାରିପଦା ଓ ଉଦଳା ରକ୍ତ ଭଣ୍ଡାରର ରକ୍ତାଭାବକୁ କଡା ମୁକାବିଲା କରି ଥିବାର ସୂଚନା ମିଳି ଥିଲା । ଏହି ସୂଚନା ମିଳିବା ପରେ ମୁଖ୍ୟ ଅତିଥି ସାଂସଦ ବିଶେଶ୍ୱର ବିଧାୟକଙ୍କୁ ଏହି ମହତ କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିବା ସହିତ ଦେବଦୂତ ସହିତ ତୁଳନା କରି ଥିଲେ ।

ସମ୍ମାନୀତ ଅତିଥି ଭାବେ ମୟୂରଭଞ୍ଜ ବିଜେପି ସଭାପତି ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ବେତନଟୀ ବ୍ଲକ ଅଧ୍ୟକ୍ଷ କାଳିଚରଣ ସୋରେନ, ଉଦଳା ଉପଖଣ୍ଡ ଓଡିଶା ରକ୍ତ ଭଣ୍ଡାରର ଡାକ୍ତର ଖଗେଶ୍ୱର ସିଂ, ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ଯୁବମୋର୍ଚ୍ଚା ସଭାପତି ପ୍ରଶାନ୍ତ ସାମଲ, ମହିଳା ନେତ୍ରୀ ବାସନ୍ତୀ ନାୟକ, ଗଡଦେଉଳିଆ ସରପଞ୍ଚ ମଧୁ ସିଂ, ପୂର୍ବତନ ସମିତି ସଭ୍ୟ ନରହରି ସ୍ୱାଇଁ ପ୍ରମୁଖ ଯୋଗଗ ଦେଇ ଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ମୟୂରଭଞ୍ଜ ସମ୍ବାଦ ଜିଲ୍ଲା ପ୍ରତିନିଧି ରାଜକିଶୋର ଦାଶ, ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି କାର୍ତ୍ତିକ ବିଶ୍ୱାଳ, ଉପସଭାପତି ସର୍ବେଶ୍ୱର ମହାନ୍ତ, ସମ୍ପାଦକ ଗତିକୃଷ୍ଣ ମହାନ୍ତ ପ୍ରମୁଖ ଯୋଗ ଦେଇ ଥିଲେ । ଆଜିର ଏହି ଶିବିରଟିରୁ ମୋଟ ୩୮ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଶିବିରଟିର ବିଶେଷତ୍ୱ ଏହା ଯେ ଏହା ରାସ୍ତା ପାଶ୍ୱର୍ରେ ଆୟୋଜିତ ହୋଇ ଥିବାରୁ ରକ୍ତଦାନ ପ୍ରତି ଜାତୀୟ ରାଜପଥରେ ଯିବା ଆସିବା ଲୋକଙ୍କର ଦୃଷ୍ଟି ପଡିବା ସହିତ ଲୋକମାନେ ଛିଡା ହୋଇ ରକ୍ତଦାତା ମାନଙ୍କୁ ଉସôାହିତ କରି ଥିଲେ ।

ନ୍ୟାସନାଲ ୟୁଥ ଅର୍ଗାନାଇଜେସନର ସାଧାରଣ ସମ୍ପାଦକ ଶଶୀଭୂଷଣ ପଣ୍ଡା ବିବରଣୀ ପାଠ କରି ଥିଲେ । ଉପସଭାପତି ମନୋଜ ମିଶ୍ର ଅତିଥି ପରିଚୟ, ସହସମ୍ପାଦକ ସୁଦାମ ସେନାପତି ସ୍ୱାଗତଃ ଭାଷଣ, କୋଷାଧ୍ୟକ୍ଷ ଭକ୍ତିରଞ୍ଜନ ମହାପାତ୍ର ମଞ୍ଚକୁ ନିମନ୍ତ୍ରଣ କରି ଥିଲେ । ଶିବିର କାର୍ଯକ୍ରମକୁ ପରିଚାଳନା କରିବାରେ ଅର୍ଗାନାଇଜେସନର ଯଦୁମଣୀ ମହାନ୍ତି, ଶୁଭ୍ରାଂଶୁ ଜେନା, ଭଗବାନ ଚନ୍ଦ୍ର ନାୟକ, ସତ୍ୟବ୍ରତ ପ୍ରଧାନ, ଅଲେଖ ସେନାପତି, ସୁବ୍ରତ ସେନାପତି, ପ୍ରଦୀପ ଆଚାର୍ଯ୍ୟ, ମଧୁସୂଦନ ପଣ୍ଡା, ଶ୍ରୀତମ ପ୍ରଧାନ, ମୃତ୍ୟୁଞ୍ଜୟ ବେହେରା, ସତ୍ୟପ୍ରକାଶ ପ୍ରଧାନ, ସୁବ୍ରତ ଦଣ୍ଡପାଟ, ରାଜେନ୍ଦ୍ର ବିନ୍ଧାଣୀ, ରାଜେଶ ପାତ୍ର ପ୍ରମୁଖ ସହଯୋଗ କରି ଥିଲେ ।

ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଥିବା ଯୁବକ ମାନେ ହେଲେ ମନୋଜ କୁମାର ପାତ୍ର, ଶୁଭମ କୁମାର ମହାପାତ୍ର, ସୁଶାନ୍ତ ପତି, କାଳିଚରଣ ସିଂ, ମନୋରଞ୍ଜନ, ଅମିତ ଦୀନ ସିଂ, ସୁକୁମାର ସିଂ, ସୁନୀଲ ଖିଲାର, ଯତୀନ କୁମାର ସାମଲ, ରାଜକିଶୋର ମହାନ୍ତି, ଶ୍ରୀତମ ପ୍ରଧାନ, ରାଜେନ୍ଦ୍ର ଦାସ, ଦେବବ୍ରତ ପଣ୍ଡା, କ୍ରିପଟନ ଦାସ, ମନୋରଞ୍ଜନ ମହାନ୍ତି, ଅମିତ କୁମାର ଶର୍ମା, ସୁରେନ୍ଦ୍ର ସିଂ, ତପନ ସାହୁ, ଗୌରୀଶଙ୍କର ଭୂୟାଁ, ବିଜୟ କୁମାର ଦଳେଇ, ଅନ୍ତର୍ଯ୍ୟାମୀ ଦାସ, ସନ୍ତୋଷ ସିଂହ, ମଧୁସୂଦନ ପଣ୍ଡା, ବିଷ୍ଣୁପି୍ରୟା ଦାସ, କାହ୍ନୁ ମାଝୀ, ଗୌତମ ସେଠୀ, ଲକ୍ଷ୍ମୀକାନ୍ତ ଭୋଈ, ତୁଷାରକାନ୍ତ ମହାପାତ୍ର, ଅନୀଲ କୁମାର ସେନାପତି, ମୃତ୍ୟୁଞ୍ଜୟ ବେହେରା, ଅଜୟ କୁମାର ଦାସ, ସପନ କୁମାର ଭୂୟାଁ, ଦୟାନିଧି ଦଳେଇ, ଅରୁପ ସିଂ, ପ୍ରଦୀପ କୁମାର ମହାନ୍ତ, ସଂଗ୍ରାମ ପରିଡା ଓ ତାପସ କୁମାର ଦାସ ବୋଲି ଜଣା ପଡିଛି ।

ଏହି ଶିବିରରୁ ଉଦଳା ଉପଖଣ୍ଡ ଓଡିଶା ରକ୍ତଭଣ୍ଡାରର ସୁଶାନ୍ତ କୁମାର ପଟ୍ଟନାୟକ, ବିକାଶଚନ୍ଦ୍ର ସାହୁ, ଅଶୋକ କୁମାର ଆଚାର୍ଯ୍ୟ, ପ୍ରଦୀପ କୁମାର ବେହେରା, ଜଗନ୍ନାଥ ବିନ୍ଧାଣୀ ରକ୍ତ ସଂଗ୍ରହ କରି ଥିଲେ । ସାମାଜିକ ବ୍ୟବଧାନ, ମାସ୍କ ବାବଦରେ ନିଜେ ବିଧାୟକ ସମସ୍ତଙ୍କୁ ନିଦେ୍ର୍ଦଶ ଦେଇ ଥିଲେ । କରୋନା ପ୍ରତିବନ୍ଧକକୁ କଡାକଡି ପାଳନ କରାଯାଇ ଏହି ରକ୍ତଦାନ ଶିବିରଟି ଅନୁଷ୍ଠିତ ହୋଇଛି ।

Leave A Reply