Odisha news

ପିଲାଛୁଆଙ୍କ ପେଟପାଟଣାର ସୁରକ୍ଷା ଦାବି:ଉଠା ଦୋକାନୀ ମାନେ ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟିଛନ୍ତି

0

ବେତନଟୀ, ୧୫/୩ : ଆଜି ବେତନଟୀ ବଙ୍ଗଳାଛକରେ ଥିବା ଉଠା ଦୋକାନୀ ମାନେ ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟିଛନ୍ତି । ଗତ ଦୁଇ ଦିନ ତଳେ ବେତନଟୀ ତହସିଲଦାର ଅନିଶା ଦାସ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଉଠା ଦୋକାନୀ ମାନଙ୍କୁ ଆସନ୍ତା ୧୭ ମଧ୍ୟରେ ଉଠି ଯିବାକୁ କଣ୍ଟ ଦେଇ ଥିଲେ । ନଚେତ ଦୋକାନ ଗୁଡିକୁ ଭାଙ୍ଗି ଦେବା ପାଇଁ ଚେତବନୀ ଦିଆ ଯାଇଛି । ତେବେ ଏହି ଉଠା ଦୋକାନ ଜରିଆରେ ଅନ୍ୟୁନ ୭୦ ଜଣ ଦୋକାନୀ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ।

ଏଥି ମଧ୍ୟରେ ଲବ ବେହେରା ଓ ଅନ୍ୟ କେତେକ ଦିବ୍ୟାଙ୍ଗ ଦୋକାନୀ ମଧ୍ୟ ଥିବାର ଜଣା ପଡିଛି । ବଙ୍ଗଳାଛକରୁ ଯଦି ସ୍ଥାନାନ୍ତର କରା ଯିବ ତେବେ ଏମାନଙ୍କୁ ବେତନଟୀ ଏକ୍ସଚେଞ୍ଜ ନିକଟରେ ନିର୍ମିତ ନୂତନ ବସଷ୍ଟାଣ୍ଡ ନିକଟରେ ଥଇଥାନ କରିବାକୁ ଦୋକାନୀ ମାନେ ମନ୍ତ୍ରୀଙ୍କୁ ଗୁହାରି କରି ଥିଲେ । ଅନ୍ୟ ପକ୍ଷରେ ଦୋକାନୀ ମାନେ ଏଠାରେ ଦୋକାନ କରୁ ଥିବାରୁ ରାତ୍ରୀରେ ବସରୁ ଉହ୍ଲାଉ ଥିବା ମହିଳା, ବୃଦ୍ଧବୃଦ୍ଧା, ଶିଶୁ, ଦିବ୍ୟାଙ୍ଗ ପାସେଞ୍ଜର ମାନେ ସାମାନ୍ୟ ଆଶ୍ୱସ୍ତ ହେଉଛନ୍ତି ଓ ସୁରକ୍ଷିତ ମଧ୍ୟ ଗନ୍ତବ୍ୟସ୍ଥଳକୁ ଯାଇ ପାରୁଛନ୍ତି ।

ତେଣୁ ଏମାନଙ୍କର ଥଇଥାନ ବ୍ୟବସ୍ଥା କଲେ ଏହା ଏହି ଗରୀବ ଦୋକାନୀ ମାନଙ୍କର ପେଟ ପାଟଣାର ସୁରକ୍ଷା ହୋଇ ପାରନ୍ତା । ବଙ୍ଗଳାଛକର ହରିଶ୍ଚନ୍ଦ୍ର ସାମଲ, କୂଶଧର ବେହେରା, ନବକୁମାର ବେହେରା, ବିଜୟ ନାୟକ, ଲମ୍ବୋଦର ମହାନ୍ତ, ଅଜୟ କୁମାର ମହାପାତ୍ର, ଅଜିତ କୁମାର ବେହେରା ଓ ବହୁ ଦୋକାନୀଙ୍କର ଦସ୍ତଖତ ସମ୍ବଳିତ ଦାବି ପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରା ଯାଇଛି । ଏହି ଦାବି ପତ୍ର ପାଇବା ପରେ ମନ୍ତ୍ରୀ ଭାରପ୍ରାପ୍ତ ଉପଜିଲ୍ଲାପାଳଙ୍କୁ ଏହି ଦୋକାନୀ ମାନଙ୍କ ସୁବିଧା ଅସୁବିଧାକୁ ବୁଝିବା ପାଇଁ ନିର୍ଦ୍ଦେଶ ଦେଇ ଥିବାର ଜଣା ପଡିଛି ।

ପ୍ରକାଶ ଥାଉକି ଭାରପ୍ରାପ୍ତ ଉପଜିଲ୍ଲାପାଳ ଭାବେ ପିଏ ଆଟିଡିଏ ବିଜନ କୁମାର ଥମ୍ବ ଥିବା ବେଳେ ବେତନଟୀକୁ ଆସି ଏକ୍ସଚେଞ୍ଜ ନିକଟରେ ଥିବା ନୂତନ ବସଷ୍ଟାଣ୍ଡ ନିଟକରେ ଏକ ସରକାରୀ ଜମିକୁ ଦୋକାନୀ ମାନଙ୍କ ପାଇଁ ଦେଖିବା ସହିତ ତହସିଲଦାରଙ୍କ ସହିତ ଆଲୋଚନା ମଧ୍ୟ କରି ଥିଲେ ।

Leave A Reply