Odisha news

ବ୍ରହ୍ମପୁର ମହନଗର ନିଗମ ପକ୍ଷରୁ ୧୫୫’ମ ସ୍ବାୟତ ଶାସନ ଦିବସ ପାଳିତ

0
ବ୍ରହ୍ମପୁର ତା-୩୧/୦୮/୨୨.ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ଖଲ୍ଲୀକୋଟ କଲେଜ ପଡିଆ ଠାରେ ୧୫୫’ମ ସ୍ବାୟତ ଶାସନ ଦିବସ ପାଳିତ ହୋଇଯାଇଛି। ମେୟର ସଂଘମିତ୍ରା ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ
ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଛନ୍ତି।ବ୍ରହ୍ମପୁର ସହର ର ବିକାଶ ସ୍ମାର୍ଟ ରୋଡ ସହିତ ସହରଞ୍ଚଳ ସ୍ବସ୍ଥ୍ୟ ସେବା ସେବାପାଇବା ନିମନ୍ତେ ଖୋଲା ଯାଉଛି ବୋଲି ସେ ମତବ୍ଯକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, କମିଶନର ଜେ ସୋନାଲ, ଉପଜିଲ୍ଲାପାଳ ଭି କୀର୍ତି ଭାସନ, ଡେପୁଟି ମେୟର ବିବେକ ରେଡ୍ଡି,ଙ୍କ ସମେତ ବହୁ କର୍ପୋରଟର  ଯୋଗ ଦେଇଥିଲେ।  ଏହି ଅବସରରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ବ୍ରହ୍ମପୁର ପାଟ ବସ୍ତ୍ର ଓ ଆଚାର
ତିଆରି କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ଛନ୍ତି।ରାଜ୍ୟ ସରକାର ଙ୍କ ପକ୍ଷରୁ ସେମାନଙ୍କୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଟଙ୍କା ରିଣ ପ୍ରଦାନ କରାଯାଇଛି ବୋଲି ଶ୍ରୀମତି ଦଳେଇ କହିଥିଲେ। ବହୁ କାର୍ଯ୍ୟ କ୍ରମ ରଶୁଭ ଦେଇଥିଲେ। ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ରଚନା, ସଙ୍ଗ ରେ ବହୁ ପ୍ରତିଯୋଗିତା ନିମନ୍ତେ ଅଂଶଗ୍ରହଣ କରି ବିଜୟୀ ମାନଙ୍କୁ ପୁରସ୍କୃତ କରାଯା ଇଛି। ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମେଚ ରେ ବ୍ରହ୍ମପୁର ସାମ୍ବାଦିକ ବନ୍ଧୁ ମାନଙ୍କୁ ଓ ଫୁଟବଲ ଖେଳର ପ୍ରତି ଯୋଗି ମାନଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ଏକ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଗାୟକ ଅମୁଲ ମଝୁମଦାର, ସତ୍ୟଜିତ,ଗୌତମ, ଭାଗ୍ୟଶ୍ରୀ,
ଅର୍ପିତା, ସୁଲଗ୍ନା ଓ ଶ୍ରୀଜେତା ଙ୍କ ସହ ବହୁ ସ୍ଥାନୀୟ କର ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ମହାନଗର ନିଗମ ପରିସରରେ ନିଗମ ପକ୍ଷରୁ ଆଜି ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି। ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ
Nalco
Leave A Reply