ବ୍ରହ୍ମପୁର, 14/6: ସଟଡାଉନର ଫାଇଦା ଉଠାଇ ଦୁର୍ବୁତ୍ତ ମାନେ ସହରର ଜଣେ ବିଶିଷ୍ଟ ଦୁଗ୍ଧ ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତିI ଗୋଶାଣି ନୂଆଁ ଗାଁ ଥାନା ଅନ୍ତର୍ଗତ ହିଲପାଟଣା ସ୍ଥିତ ଏମଏଭି ସ୍କୁଲ ନିକଟରେ ଥିବା ହେରିଟେଜ କ୍ଷୀର କମ୍ପାନୀର ଡିଲର ଲମ୍ବୋଦର ମୁନିଙ୍କୁ ମଧ୍ୟ ରାତ୍ରି ପ୍ରାୟ 12ଟା 58 ସମୟରେ କିଛି ଦୁର୍ବୁତ୍ତ ଗୋଦାମ ଘରର ଫାଟକ ଭାଙ୍ଗି ଘରେ ପଶି ଆଲମିରାରୁ ଲକ୍ଷାଧିକ ଟଙ୍କା, ସୁନା ଓ ମୂଲ୍ୟବାନ କାଗଜ ପତ୍ର ଲୁଟ କରି ନିର୍ମମ ଭାବେ ହତ୍ୟା କରିଛନ୍ତି I ଆଜି ପୂର୍ବାର୍ହ୍ନ ରେ ଆକାଶ ନାମକ ଜଣେ କର୍ମଚାରୀ ପ୍ରଥମେ ଗୋଦାମକୁ ଆସି ଲମ୍ବୋଦରଙ୍କ ହାତ ଗୋଡ ବନ୍ଧା ହୋଇଥିବା ଦେଖି ଲମ୍ବୋଦରଙ୍କ ଘର ଲୋକ ଓ ସ୍ଥାନୀୟ ଲୋକଙ୍କୁ କହିଥିଲେI
ଖବର ପାଇ ଘଟଣା ସ୍ଥଳରେ ବ୍ରହ୍ଣପୁର ଏସ୍ପି ପିନାକ ମିଶ୍ର, ଏସଏସପି ପ୍ରଶାନ୍ତ କୁମାର ମିଶ୍ର, ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ଗୋଶାଣି ନୂଆଁ ଗାଁ ଥାନାଧିକାରୀ ସୁମିତ ସୋରେନ, ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସନ ଦାସ, ଟାଉନ ଥାନାଧିକାରୀ ସୁରେଶ ତ୍ରିପାଠୀ, ବଡ ବଜ଼ାର ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ସମେତ ସାଇଣ୍ଟି ଫିକ ଟିମ ଓ ସନ୍ଧାନୀ କୁକୁର ଜରିଆରେ ଘଟଣାର ତଦନ୍ତ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି i ଦୁର୍ବୁତ୍ତ ମାନେ ଗୋଦାମ ଘରେ ଲାଗିଥିବା ସିସିଟିଭିର ହାର୍ଡ ଡିସ୍କ ମଧ୍ୟ ନେଇ ଚମ୍ପଟ ମାରିଛନ୍ତି I ଅନ୍ୟପଟେ ପୋଲିସ ଆଖ ପାଖରେ ଥିବା ସିସିଟିଭି ଫୁଟେଜ କୁ ଯାଞ୍ଚ କରିବା ସହ ଘଟଣାରେ 4 ଜଣ ଦୁର୍ବୁତ୍ତ ସଂପୃକ୍ତ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ଏସଡିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି I ପୋଲିସ ଶବକୁ ଜବତ କରିବ ସହ ବ୍ୟବଛେଦ ନିମନ୍ତେ ପଠାଯାଇଛି I