Odisha news

କର୍ମଚାରୀଙ୍କ ଉତ୍ତମ ସ୍ଵାସ୍ଥ୍ୟକୁ ପ୍ରୋତ୍ସାହିତ କରୁଛି ଟିପିଏସ୍ଓଡିଏଲର କ୍ରୀଡ଼ା ପଦକ୍ଷେପ

ଫିଟନେସ୍ ଓ ଟିମୱାର୍କର ସଂସ୍କୃତି ତିଆରି କରୁଛି କମ୍ପାନୀ

0
ବ୍ରହ୍ମପୁର : କର୍ମଚାରୀଙ୍କ ଉତ୍ତମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ସହ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ପ୍ରୟାସ କରିଆସିଛି। କମ୍ପାନୀ ଦକ୍ଷିଣ ଓଡ଼ିଶାରେ ଏହାର ପରିସରଭୁକ୍ତ ଅଞ୍ଚଳରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଆୟୋଜନ କରିଅଛି ଏବଂ ଏ ଦିଗରେ ପଦକ୍ଷେପ ନେଇଛି। ବିଭିନ୍ନ ସ୍ଥାନରେ ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ, ଚେସ୍, କ୍ୟାରମ୍, କ୍ରିକେଟ ଭଳି ପ୍ରତିଯୋଗିତା ଆୟୋଜନ କରାଯାଇଛି। ଟିପିଏସ୍ଓଡିଏଲରେ କର୍ମଚାରୀ ନିୟୋଜନ, ଚାପ ହ୍ରାସ ଏବଂ ଉତ୍ତମ ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟ ପାଇଁ କ୍ରୀଡ଼ା ଏକ ମାଧ୍ୟମ ସାଜିଛି।
“ବି ଫିଟ୍ ଆଣ୍ଡ ରେଜ୍ ଦ ବାର” ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ମାନସିକ ଚାପ କମାଇବା, ଆରାମ ବଢ଼ାଇବା ଏବଂ କର୍ମଚାରୀଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀର ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି। ସମସ୍ତ ଡିଭିଜନରେ ଏସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସେଶନ୍ କରାଯାଇଥିଲା।
ବିଗତ ଦିନରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ସବୁ ସର୍କଲର କର୍ମଚାରୀ ଉତ୍ସାହର ସହ ଭାଗ ନେଇଥିଲେ। କମ୍ପାନୀ ଅକ୍ଟୋବର ୨୦୨୩ ରେ ଚେସ୍ ଓ କ୍ୟାରମ ଟୁର୍ଣ୍ଣାମେଣ୍ଟ ଏବଂ ୨୦୨୩ ନଭେମ୍ବର ୧୮-୧୯ ରେ ବ୍ୟାଡମିଣ୍ଟନ୍ ଓ ଟେବୁଲ୍ ଟେନିସ ପ୍ରତିଯୋଗିତା ଆୟୋଜନ କରିଥିଲା। ବ୍ରହ୍ମପୁର ସ୍ଥିତ ସ୍ପୋର୍ଟସ ଏରେନାରେ ୨୦୨୩ ଡିସେମ୍ବର ୨ ଓ ୩ ତାରିଖରେ ବ୍ୟାଡମିଣ୍ଟନ୍ ଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଏଥିରେ ବିଜୟୀ ଦଳ ବାଙ୍ଗାଲୋରରେ ଟାଟା ପାୱାର ଟୁର୍ଣ୍ଣାମେଣ୍ଟ  ଖେଳିବା ପାଇଁ ଯାଇଥିଲେ। ସେହିଭଳି ୨୦୨୪ ଜାନୁଆରୀ ୬ ଓ ୭ ରେ ବ୍ରହ୍ମପୁର ଷ୍ଟାଡିୟମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ଏବଂ ଏଥିରେ ବିଜୟୀ ଦଳ ପାୱାର କପ୍ ଖେଳିବା ପାଇଁ ମନୋନୀତ ହୋଇଥିଲେ। ୨୦୨୪ ଫେବୃଆରୀ ୧୮ ରେ ବ୍ରହ୍ମପୁରର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ ବିଜନେସ୍ ଆସୋସିଏଟ ସ୍ପୋର୍ଟସ ମିଟ୍ ଅନୁଷ୍ଠିତ ହୋଇଛି। ନିକଟ ଅତୀତରେ ଚଳିତ ବର୍ଷ ଅଗଷ୍ଟ ୨୪ ରୁ ୨୬ ପର୍ଯ୍ୟନ୍ତ ସ୍ପୋର୍ଟସ ଏରେନାଠାରେ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା। ଏଥିରେ ଅତି ଉତ୍ସାହର ସହ କର୍ମଚାରୀମାନେ ଭାଗ ନେଇଥିଲେ, ଯାହା ଫିଟନେସ ଉପରେ ସେମାନଙ୍କ ଗୁରୁତ୍ୱକୁ ଦର୍ଶାଉଛି।
ଟାଟା ଅଲଟ୍ରା ମାରାଥନ, ଭିଟିଆରଏ ବିଶାଖା ଟ୍ରେଲ ରନିଂ ଆସୋସିଏସନ୍ ରନ୍, ୟେନ୍ଦାଡା ମାରାଥନ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦୌଡ଼ରେ ଭାଗ ନେବା ପାଇଁ ଟିପିଏସ୍ଓଡିଏଲ୍ କର୍ମଚାରୀଙ୍କୁ ଉତ୍ସାହିତ କରୁଅଛି। ଏହା ଦ୍ବାରା କର୍ମଚାରୀମାନେ ଫିଟନେସ ଓ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରଦର୍ଶନ କରିବା ସହ ବଡ଼ ପ୍ଲାଟଫର୍ମରେ ଟିପିଏସ୍ଓଡିଏଲର ପ୍ରତିନିଧିତ୍ଵ କରିପାରୁଛନ୍ତି।
ରାଜ୍ୟ ସ୍ତରରେ ସଫଳତା ହାସଲ କରିଥିବା କର୍ମଚାରୀଙ୍କ ମଧ୍ୟରେ ସୀମାଦ୍ରି ମଣିକାନ୍ତ ଏବଂ ସନ୍ତୋଷୀ ଗୌଡ଼ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଟିପିଏସ୍ଓଡିଏଲ୍ ଦୁଇ ଖେଳାଳିଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଛି। ଏହା କ୍ରୀଡ଼ା ପ୍ରତିଭାର ବିକାଶ କରିବା ସହ ଅନୁଷ୍ଠାନ ଭିତରେ ଖେଳ ପ୍ରେମୀଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ସୂଚାଉଛି।
ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “କ୍ରୀଡ଼ା ଦିବସ କେବଳ କ୍ରୀଡ଼ା ପ୍ରତିଭାଙ୍କୁ ଉତ୍ସାହିତ କରିବାରେ ସୀମିତ ନୁହେଁ, ବରଂ ଏହା କ୍ରୀଡ଼ା ମୂଲ୍ୟବୋଧର ଏକ ପ୍ରତିଫଳନ । ଖେଳ ଆମକୁ ଶୃଙ୍ଖଳା, ଅଧ୍ୟବସାୟ, ଦଳଗତ ପ୍ରୟାସ ଏବଂ ଲକ୍ଷ୍ୟ ସ୍ଥିର କରିବା ଶିଖାଏ, ଯାହା ଗୋଟିଏ କମ୍ପାନୀର ସଫଳତା ପାଇଁ ଜରୁରୀ। ଟିପିଏସ୍ଓଡିଏଲରେ ଆମେ ଏଇ ସମୃଦ୍ଧ କ୍ରୀଡ଼ା ସଂସ୍କୃତି ସୃଷ୍ଟି କରିଛୁ, ଯାହା କେବଳ କର୍ମକ୍ଷେତ୍ରରେ ସୀମିତ ନ ରହି ଏକ ସୁସ୍ଥ ଓ ସକ୍ରିୟ ଜୀବନ ବଞ୍ଚିବାକୁ କର୍ମଚାରୀଙ୍କୁ ପ୍ରେରଣା ଦିଏ।”

Leave A Reply