୧୪-୩-୨୦୨୪, ବ୍ରହ୍ମପୁର , ମିନାକ୍ଷୀ ନଗର ଠାରେ ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ନୂତନ କାମ୍ପସ୍ ପ୍ରତିଷ୍ଠା ହୋଇ ଯାଇଛି। ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଲୋକସଭା ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସମସ୍ୟ ଡ. ରମେଶ ଚନ୍ଦ୍ର ଚ୍ୟ।ଉ ପଟ୍ଟନାୟକ, ମେୟର ସଙ୍ଗମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ପରିଚାଳନା କମିଟି ଅଧ୍ୟକ୍ଷ । ପ୍ରଫେସର ଅରୁନ୍ଧତି ରଥ, ଏବଂ ପୂର୍ବତନ ପରିଚାଳନା କମିଟି ଅଧ୍ୟକ୍ଷ ଡ. ବାବୁଜୀ ସାମଲ ଉପସ୍ଥିତ ଥିଲେ । ଅନ୍ୟତମ ଅତିଥି ଭାବେ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଗୀତାରାଣୀ ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ଟି. ତ୍ରିପତି ପାତ୍ର, ଜେ ଶ୍ରୀନିବାସ ରାଓ ଯୋଗଦେଇଥିଲେ ।
କଲେଜ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀଙ୍କ ପୌରହିତ ରେ ହୋମ ଯଜ୍ଞ ଏବଂ ହନୁମାନ ଚାଳିଶା ଅନୁଷ୍ଠିତ ହୋଇ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ଏଥିରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଏବଂ ଛାତ୍ରୀବୃନ୍ଦ ଯୋଗଦେଇଥିଲେ ।