Odisha news

ସ୍ତ୍ରୀହନ୍ତାଙ୍କୁ ୧୫ ବର୍ଷ ଜେଲ ସହ ଜରିମାନା

0
ବ୍ରହ୍ମପୁର,୩୦।୧୧ -ଅଧିକ ଯୌତୁକ ପାଇଁ ନିଜ ସ୍ତ୍ରୀକୁ ଶିଳପୁଆ ଛେଚି ହତ୍ୟା ମାମଲାର ଚୂଡାନ୍ତ ରାୟ ଗୁରୁବାର ପ୍ରକାଶ ପାଇଛି।  ଏଡିଜେ-୩ ରାଜ କୁମାର ଦାସ ଅଭିଯୁକ୍ତ ଜଣଙ୍କୁ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ା ଅଭିଯୁକ୍ତ ଜଣଙ୍କ ହେଲେ ଗୋଶାଣିନୁଆଗାଁ ସଦାନନ୍ଦ ବିହାର ଦିତ୍ୱୀୟ ଲାଇନର ବୁଲୁ ସାହୁ(୫୨) ା ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ହୋଇଛି ା ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି ା ମାମଲାର ବିବରଣୀରୁ ପ୍ରକାଶଯେ, ଅଭିଯୁକ୍ତ ବୁଲୁ ୨୦୦୮ରେ ଝିଲି ପାଢୀଙ୍କୁ ବିବାହ କରିଥିଲେ ା ୨ ବର୍ଷ ପରେ ଉଭୟଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ା ହେଲେ ବିବାହ ପରଠାରୁ ଅଭିଯୁକ୍ତ ବୁଲୁ ଅଧିକ ଯୌତୁକ ଦାବି କରି ଆସୁଥିଲେ ା ଏପରିକି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ା ଯାହାକୁ ନେଇ ମଝିରେ ମଝିରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ କଳହ ହେଉଥିଲା ା ୨୦୧୩ ମେ ୨୫ ତାରିଖରେ ଅଭିଯୁକ୍ତ ବୁଲୁ ନିଜ ସ୍ତ୍ରୀ ସହ ଝଗଡା ହୋଇଥିଲା ା ଏଥିରେ ଉତକ୍ଷିପ୍ତ ହୋଇ ବୁଲୁ ନିଜ ସ୍ତ୍ରୀ ଝିଲିଙ୍କ ମୁଣ୍ଡକୁ ଘରେ ଥିବା ଶିଳପୁଆରେ ଛେଚି ଦେଇଥିଲେ ା ଝିଲିଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବା ସହ କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା ା ଘଟଣାକୁ ନେଇ ଝିଲିଙ୍କ ମାଆ ଗୋସାଇଁନୂଆଗାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତା’ ପରଦିନ ବୁଲୁଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା ା ଗିରଫ ପର ଠାରୁ ବୁଲୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ବେଳେ ଆଜି ରାୟ ପ୍ରକାଶ ବେଳେ ଅଦାଲତରେ ହାଜର ହୋଇଥିଲେ ା ଘଟଣାର ତଦନ୍ତ କରୁଥିବା  ଥାନାର ତତକାଳୀନ ଏସଆଇ ତେରେସକୋଭା ମହାପାତ୍ର ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲେ ା ମାମଲାର ବିଚାରଣା ବେଳେ ମୋଟ ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଆଜି ଉପରୋକ୍ତ ରାୟ ଶୁଣାଇଥିଲେ ା ସରକାରଙ୍କ ପକ୍ଷରୁ କ୍ୟାଡର ଅତିରିକ୍ତ ପିପି ବିକ୍ରମ କୁମାର କୁଣ୍ଡ ମକଦ୍ଦମା ପରିଚାଳନା କରୁଥିଲେ
Leave A Reply