Odisha news

ଉର୍ଜାବାନ ଓଡିଶା ପରିବାର ପକ୍ଷରୁ ଆଦୃତ ବାଳାଶ୍ରମ ପିଲାମାନ ଙ୍କୁ କୋଣାର୍କ ର ଦର୍ଶନୀୟ ସ୍ଥାନ ପରିଭ୍ରମଣ 

0
 କୋଣାର୍କ,୩୦/୧୧/୨୦୨୩   ମଣିଷର ବଞ୍ଚିବା ନିମନ୍ତେ ଯେପରି ଖାଦ୍ୟ,ବସ୍ତ୍ର, ବାସଗୃହ ଆବଶ୍ୟକ ହୋଇଥାଏ ସେହିପରି ଭ୍ରମଣର ଆବଶ୍ୟକତା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ।ଭ୍ରମଣ ଦ୍ଵାରା ମଣିଷର ଚିନ୍ତା ରୁ ମୁକ୍ତି ମିଳିବା ସହ ମାନସିକ ସ୍ଥିର ରହିଥାଏ ।ଏହି ଲକ୍ଷ୍ୟ ନେଇ ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉର୍ଜାବାନ ଓଡିଶା ପରିବାର ପକ୍ଷରୁ  ଆଦୃତ ବାଳାଶ୍ରମ ରୁ ୧୯ ଜଣ  ପିଲାଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ମିଉଜିୟମ,ରାମଚଣ୍ଡୀ ମନ୍ଦିର, ଚନ୍ଦ୍ରଭାଗା ନେଇ ପରିଦର୍ଶନ କରାଇଛନ୍ତିl ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପିଲାମାନଙ୍କୁ କ୍ୟାରମ, ଫୁଟବଲ ଖେଳିବା ନିମନ୍ତେ  ଦିଆଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ସନ୍ତୋଷ ସେନାପତି, ସଂପାଦିକା ନିହାରିକା ତ୍ରିପାଠୀ, ମନୋରଞ୍ଜନ ରଥ, , ସସ୍ମିତା ଜେନା, ଝାନ୍ସୀ ରାଣୀ ମିଶ୍ର,  ସନ୍ତୋଷୀ ଭୋଇ, କଳ୍ପନା ଦାସ, ତୃପ୍ତିମୟୀ ସ୍ୱାଇଁ ,  ତୋଲତମା ଧଳ, ରଶ୍ମି ନାୟକ, ଜିତେନ୍ଦ୍ର ପାତ୍ର, ଦିଲୀପ ଚି଼ନେରା, ଗଜେନ୍ଦ୍ର ସେନାପତି,ଆଦର୍ଶ ମିଶ୍ର,ଜଗନ୍ନାଥ ପଣ୍ଡା,ଆଶିଷ ସାହୁ, ଚିତ୍ତ ରଞ୍ଜନ ଜେନା ଅଶ୍ୱିନୀ ସ୍ୱାଇଁ, ବିଚୁ ମହାରଣା, ନିରଞ୍ଜନ ଜେନା ସପନ ଜାନା ପ୍ରମୁଖ ଉପସ୍ଥିତ ଥିଲେ l
Govt
Leave A Reply