Odisha news

ଶାରଦୀୟ ନବରାତ୍ରି:ଗଞ୍ଜାମ ଦେବୀ ପୀଠ ଉତ୍ସବ ମୁଖର

0
ବ୍ରହ୍ମପୁର : ଜଗତଜନନୀ ମା’ଦୁର୍ଗାଙ୍କୁ ସ୍ଵତନ୍ତ୍ର ପୂଜା ବିଧିରେ ଆବାହନ କରାଯାଇ ଆଶ୍ବିନ ମାସ କୃଷ୍ଣ ପକ୍ଷ ମୁଳା ଅଷ୍ଟମୀ ଠାରୁ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇ ଥିବା ବେଳେ ଗଞ୍ଜାମ ଜିଲ୍ଲାର
 ବ୍ରହ୍ମପୁର ବୁଢୀ ଠାକୁରାଣୀ,ରାମଚଣ୍ଡି,ତାରା ତରିଣୀ,ବାଳକୁମାରୀ,ମହୁରକାଳୁଆ,ଭୈରବୀ,ରତ୍ନେଇ,ଦକ୍ଷିଣକାଳୀ,ବାଙ୍କେଶ୍ବରୀ,କୁଲାଡ ବଗଦବୀ ସମେତ ବିଭିନ୍ନ ଠାକୁରାଣୀ ମନ୍ଦିର ଗୁଡିକ ଚଳଚଞ୍ଚଳ ହୋଇ ପଡିଛି । ଦେବି ମନ୍ଦିର ଗୁଡିକରେ ଷୋଡ଼ଶ ଦିନାତ୍ମକ ପୂଜାକୁ ନେଇ ଉତ୍ସବ ମୁଖର ଗଞ୍ଜାମ ଜିଲ୍ଲା ର ସମସ୍ତ ଦେବୀ ପୀଠ । ନବମୀ ପୂଜା ଅବସର ରେ ଦେବୀ ପୀଠ ଗୁଡିକରେ ଚାଲିଛି ସ୍ଵତନ୍ତ୍ର ପୂଜାର୍ଚ୍ଚନା। ଦେବୀଙ୍କ ଷୋଳ ପୂଜା ମହା ନବମୀ ଯାଏ ଅନୁଷ୍ଠିତ ହେବ। ଏହି ଅବସର ରେ ଦୁର୍ଗା ପୂଜା ସହରର କମାପଲ୍ଲୀ,ବିଜିପୁର ହରିଡାଖଣ୍ଡୀ,ପାତାଳେଶ୍ବର,ପାଣିଗ୍ରାହୀ ପେଣ୍ଠ,ନୂଆଁ ବସଷ୍ଟେଣ୍ଡ,ଲାଞ୍ଜୀପଲ୍ଲି,ଆଙ୍କୋଲି ସମେତ ବହୁ ଦେବୀ ମନ୍ଦିର ଗୁଡିକ ରେ ପୂଜା ଅର୍ଚ୍ଚନା ଆରମ୍ଭ ହୋଇ ଯାଇଛି। ଏହି ଅବସରରେ ସ୍ଥାନୀୟ ହରିଡାଖଣ୍ଡୀ ସ୍ଥିତ ବାଲ୍ୟ ଦକ୍ଷିଣ କାଳୀ ମନ୍ଦିର ରେ ନବଦିନାତ୍ମକ ପୂଜା ଆରମ୍ଭ ହୋଇ ଯାଇଛି। ହରିଡାଖଣ୍ଡୀ ସ୍ଥିତ ବାଲ୍ୟ ଦକ୍ଷିଣ କାଳୀ ମନ୍ଦିର ରେ ନବଦିନାତ୍ମକ ପୂଜାର ପ୍ରଥମ ଦିନ ରେ ପରମ୍ପରା ଅନୁଯାୟୀ ଯଳଯାତ୍ରା,ପ୍ରଥମ ଦିନ ରେ ଗଜା, ସୂର୍ଯ୍ୟ ପୂଜା,ମନ୍ତ୍ର ଉପଚାର ରେ ବେଲପତ୍ର ସମର୍ପଣ,ମହାସ୍ନନ ପ୍ରତି ଦିନ,ଷୋଡଶ ଉପଚାର ପୂଜା, ହୋମ,ଚଣ୍ଡୀ ପାଠ ଆଦି ପ୍ରତିଦିନ କରାଯାଉଛି ବୋଲି  ମନ୍ଦିର ର ପାଟ ଭୂକ୍ତା ହରି କୃଷ୍ଣ ତ୍ରିପାଠୀ ସୂଚନା ଦେଇ ଛନ୍ତି।ପ୍ରତ୍ୟହ ଚଣ୍ଡୀପାଠ, ହୋମ, ଆଳତୀ, ଶଙ୍ଖୁଡି ଭୋଗ ଅନୁଷ୍ଠିତ ହୁଏ। ଶାରଦୀୟ ଦୁର୍ଗାପୂଜା ଅବସର ରେ ମନ୍ଦିର ରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ମହାସପ୍ତମୀ, ଅଷ୍ଟମୀ, ନବମୀରେ ଅଷ୍ଟ ଭୂଜା ଓ ଦଶଭୂଜା ବେଶ ଅନୁଷ୍ଠିତ ହେବ । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଶାରଦୀୟ ଦୁର୍ଗାପୂଜାରେ ଯେଉଁ ଭକ୍ତ ନିଷ୍ଠାର ସହ ମା’ଙ୍କୁ ଆରାଧନା କରନ୍ତି ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ବୋଲି ପଣ୍ଡିତ ଧିରେଶ କୁମାର ରଥ ,ପଣ୍ଡିତ ଗୌରି ଶଙ୍କର ଶତପଥୀ କୁହନ୍ତି। ମା’ଙ୍କୁ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ଭିଡ ଜମିବ ଜମି ଯାଉ ଥିବା ରୁ ପ୍ରତିଦିନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ବୋଲି  ଅଧିକାରୀ ଦେବାନନ୍ଦ ମଲ୍ଲିକ, ବଳ ଜେନା,ତିରୁ ପତି ସାହୁ,ସଦା ନନ୍ଦ ସାହୁ, ମନ୍ଦିର ପୂଜକ ରବି ରାଉଳ, ପ୍ରହଲ୍ଲାଦ ରେଡ୍ଡି, ପ୍ରହଲ୍ଲଦ ସେଠି,ଗୁରୁ ସେଠି, ସିମାଞ୍ଚଳ ଭୂୟାଁ ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ରହି ପରିଚାଳନା କରିଥିଲେ।
Govt
Leave A Reply