ଵ୍ରହ୍ମପୁର , ୨୨/୧- ଗୋଳନ୍ଥରା ଥାନା ପକ୍ଷରୁ ଆଜି ସନ୍ଧ୍ୟାରେ ଜାତୀୟ ରାଜପଥ ରେ ଗାଡି ଚେକିଂ ସମୟରେ ଏକ ଦୃତଗାମୀ କାର କୁ ଅଟକାଇ ଯାଞ୍ଚ ସମୟରେ ଗାଡି ରୁ ଗଞ୍ଜେଇ ଜବତ ସହ ଦୁଇଜଣଙ୍କ ଗିରଫ କରିଥିବା ଜଣାପଡ଼ିଛି।ଗିରଫ ଯୁବକ ୨ ଜଣ ଝାରଖଣ୍ଡ ଜିଲ୍ଲା ଅନ୍ତର୍ଗତ ରାଞ୍ଚି ର ରୋହିତ କୁମାର ୟାଦବ(୨୩) ଓ ସୁରଜ ସିଂ (୨୧) ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ର ସୂଚନା ଅନୁଯାୟୀ ଗୋଳନ୍ଥରା ଥାନା ପକ୍ଷରୁ ଗତ ସବ ଇନିସିପେକ୍ଟର ଞାନରଞନ ସାହୁ ଓ ଅନ୍ୟ କର୍ମଚାରୀ ମାନେ ଗୋଳନ୍ଥରା ସନ୍ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ଗିରିସୋଲାରୁ ବ୍ରହ୍ମପୁର ପଟକୁ ଏକ କାର (ଜେ ଏଚ ୦୧ ଇଜି ୬୯୮୬) ଦୃତ ଗତିରେ ଯାଉଥିବା ବେଳେ ପୁଲିସ ଅଟକାଇଥିଲେ।କାର କୁ ଅଟକାଇ ଯାଞ୍ଚ ସମୟରେ କାର ଡିକିରୁ ୪ ଟି ଅଖାରେ ୯୭ କେଜି ଗଞ୍ଜେଇ ରହିଥିବା ଜଣାପଡିଥିଲା। ପୁଲିସ ପକ୍ଷରୁ ଏହା ନେଇ ୨୩/୨୨ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଥିବା ଜଣାପଡିଛି। ଗଞେଇ ମାଫିଆ ମାନେ ଗଜପତି ଜିଲ୍ଲାରୁ ଝାରଖଣ୍ଡ ନେଉଥିବା ତଦନ୍ତ ବେଳେ ଅଭିଯୁକ୍ତ ମାନେ ପୁଲିସ କୁ ସୂଚନା ଦେଇଥିବା ଜଣାପଡିଛି