ବ୍ରହ୍ମପୁର ,୨୨ା୫ – ଗେଟବଜାର ନିକଟ ଗୋକର୍ଣ୍ଣଶ୍ବର ମନ୍ଦିର ଭିତରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ ହୋଇଛି । ଦୁଇ ଜଣ ନାବାଳିକା କୌଶଳକ୍ରମରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ତନାଘନା ଚଳାଇଛି।ଘଟଣାରୁ ପ୍ରକାଶ ଯେ, , ଲୋଚାପଡା ପଦ୍ମନଗରର ମିନତି ରଥ ଗୋକେର୍ଣ୍ଣଶ୍ବର ମନ୍ଦିର ଯାଇଥିଲେ । ସେ ମନ୍ଦିରର ବେଢା ପରିକ୍ରମା କରିବା ପରେ ଠାକୁରଙ୍କୁ ଦର୍ଶନ ପାଇଁ ଧାଡିରେ ଛିଡା ହୋଇଥିଲେ । ଏହି ସମୟରେ ଦୁଇ ଜଣ ନାବାଳିକା ତାଙ୍କ ବେକରୁ ସୁନା ଚେନ କାଟି ନେଇଯାଇଥିଲେ ବୋଲି ମିନତି ସନ୍ଧ୍ୟାରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ହିଁ ନାବାଳିକାମାନେ ମିନତିଙ୍କୁ ଅନୁସରଣ କରୁଥିଲେ ବୋଲି ମିନତି ପୋଲିସକୁ ଜଣାଇଛନ୍ତି । ଲୁଟ ହୋଇଥିବା ସୁନା ଚେନର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସେ ଜଣାଇଛନ୍ତି ।